scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରମୁଖ ଖବର
  • ଉତ୍ତରକାଶୀ ଟନେଲରୁ ବଡ଼ ଖବର ।। ୧୭ ଦିନ ପରେ ଉଦ୍ଧାରରେ ମିଳିଲା ସଫଳତା ।। ସମସ୍ତ ୪୧ ଶ୍ରମିକ ଉଦ୍ଧାର ।। ସୁଡ଼ଙ୍ଗରେ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଶେଷ ।। ୧୭ ଦିନ ପରେ ସୁଡ଼ଙ୍ଗରୁ ସକୁଶଳ ଉଦ୍ଧାର ହେଲେ ୪୧ ଶ୍ରମିକ ।। ଉଦ୍ଧାର ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସେମାନଙ୍କ ପରିବାର ସହ ପଠାଗଲା ହସ୍ପିଟାଲ
  • ||

ଭାରତରେ ରହିଛି ମୁନୀ ମାନସ ହାରିଣୀ ଅନେକ ନଦୀବନ୍ଧ(ଡ୍ୟାମ): ଦେଖିଲେ ହୋଇଯିବେ ତାଜୁବ

11/12/2018 at 5:05 PM

ଭୁବନେଶ୍ବର୧୧|୧୨: ଶାନ୍ତସ୍ନିଗ୍ଧ ପରିବେଶ କିଏ ନଚାହେଁ । ଆଜିର ଏହି ଧାଁ ଦୌଡ ଜୀବନରେ ଶାନ୍ତ ପରିବେଶଟିଏ ମଣିଷ ଅହରହ ଖୋଜୁଥାଏ। ଏହା ମଣିଷର ମାନସିକ ବିଷାଦ ଦୂର କରିବା ସହ ମନ ଓ ପ୍ରାଣକୁ ଆମୋଦିତ ଏବଂ ପୁଲକିତ କରିଥାଏ । ଶାନ୍ତଓ ସ୍ନଗ୍ଧ ବାତାବରଣ କେବଳ ପ୍ରକୃତି ହିଁ ଦେଇପାରେ ।  ଏ କ୍ଷେତ୍ରରେ ପ୍ରକୃତିର ଅବଦାନ ଅଦଭୁତ ଅବଂ ଅତୁଳନୀୟ। ଝରଣାରକୁଳୁ କୁଳୁ ଧ୍ବନି, ମନ୍ଦ ମନ୍ଦ ପବନ, ଘଞ୍ଚ ବନାନୀର ନିଆରା ନିକ୍ବଣ …ପ୍ରକୃତିକୁ ଆହୁରି  ସୁନ୍ଦର ଓ ମନଲୋଭା କରିଥାଏ।  ଦେବଭୂମି ଭାରତ ଯେମିତି ପ୍ରାକୃତିକ ଶୋଭାରାଜି ପାଇଁ ପ୍ରସିଦ୍ଧ ସେମିତି ମଧ୍ୟ ତାର କଳା, ସଂସ୍କୃତି ଓ ପ୍ରାଚୀନ କିର୍ତୀରାଜି ପାଇଁ ବିଖ୍ୟାତ।

ଏହା ବ୍ୟତୀତ ମଣିଷ ମଧ୍ୟତିଆରି କରିଛି ଏମିତି ଅନେକ କଥା ଯାହାର ରହିଛି ବହୁମୁଖୀ ପ୍ରଭାବ । ଯେମିତିକି ନଦୀବନ୍ଧ ଯୋଜନା ବା ଡ୍ୟାମ । ଏହି ସବୁ ଡ୍ୟାମ ଜଳ ସେଚନ , ଜଳ ଯୋଗାଣ ଏବଂ ବିଦ୍ୟୁତ ଉତ୍ପାଦନ ଭଳି ବିଭିନ୍ନ କାମରେ ଆସୁଥିବାବେଳେଏହା ଯୋଗୁଁ ତିଆରି ହେଉଥିବା ପ୍ରାକୃତିକ ପରିବେଶ ଏବଂ ସୁନ୍ଦର ଦୃଶ୍ୟରାଜି ମନକୁ ଆହ୍ଲାଦିତ କରିଥାଏ।  ଭାରତରେ ଏମିତି କିଛି ଆକର୍ଷଣୀୟ ଡ୍ୟାମ ଅଛି ଯାହା ଅତ୍ୟନ୍ତ ମନକିଣା।

 ସାଲୋଲିମ ଡ୍ୟାମ (Salaulim Dam )

ଗୋଆ ସ୍ଥିତ ସାଲୋଲିମ ନାମକ ଡ୍ୟାମ ଦେଖିବାକୁ ଯେମିତି ସୁନ୍ଦର ସମୟ ବିତେଇବା ପାଇଁ ମଧ୍ୟ ସେତିକି ମଜାଦାର। ସାଲୋଲିମ ଡ୍ୟାମର ନିର୍ମାଣ ନଦୀରେ ଉପରେ ହିଁ ହୋଇଛି। ଏହାର ଆଖ ପାଖରେ ଅନେକ ଝରଣା ଅଛି ଯାହା  ପର୍ଯ୍ୟଟକ ପାଇଁ ଖୁବ ଆର୍ଷୟ ଅଟେ। ଏଠାରେ ପର୍ଯ୍ୟଟନମାନଙ୍କ ପାଇଁ ଜଳକ୍ରୀଡା ବା ୱାଟର ସ୍ପୋର୍ଟ୍ସ ସୁବିଧା ମଧ୍ୟ ଅଛି। ସମୟ ବିତେଇବା ପାଇଁ, ଚିତ୍ତ ବିନୋଦନପାଇଁ ଏହା ପୁରା ସଠିକ୍ ଯାଗା। ଏଇ ଡ୍ୟାମ ସବୁଠୁ ନିଆରା ହବାର ଏକ ମାତ୍ର କାରଣ ଏହାର ନିର୍ମାଣଶୈଳୀ।

 ସର୍ଦ୍ଦାର ସରୋବର ଡ୍ୟାମ (Sardar Sarovar Dam )

ସର୍ଦ୍ଦାର ସରୋବର ଡ୍ୟାମ । ଭାରତର ସବୁ ବିଶାଳ ଡ୍ୟାମ ମଧ୍ୟରୁ ଏହା ବୃହତମ ଡ୍ୟାମ୍ । ଗୁଜରାଟ ସ୍ଥିତ ସର୍ଦାର ସରୋବର ଡ୍ୟାମ ରୁ ଜଳ ସେଚନ ଓ ଯୋଗାଣ ହୋଇଥାଏ । କୃଷ୍ଣା ନଦୀ ଉପରେ ରହିଛିଏହି ଡ୍ୟାମଟି । ପାହାଡି ଇଲାକା ସହିତ ଡ୍ୟାମର ନୀଳ ଜଳରାଶି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ ହୋଇଯାଏ।

ଇଦୁକି ଡ୍ୟାମ( Idukki Dam)

କେରଳ ସ୍ଥିତ ଇଦୁକ୍କି ଡ୍ୟାମ ଭଳି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଡ୍ୟାମ ବୋଧ ହୁଏଭାରତରେ ଆଉ କୌଣସି ଯାଗାରେ ଦେଖିବାକୁ ମିଳିବ ନାହିଁ।  ବିଦେଶରେ କୋଉଠି କୋଉଠି ହୁଏତ ଏମିତି ଦୃଶ୍ୟ ଦେଖିବାକୁ  ମିଳିପାରେ। ପରିତାପର ବିଷୟ ଯେଏହି ଡ୍ୟାମ ବିଷୟରେ ଖୁବ କମଲୋକ ଜାଣନ୍ତି।

 ତେହେରି ଡ୍ୟାମ (Tehri Dam)

ଉତ୍ତରାଖଣ୍ଡ ସ୍ଥିତ ଭାଗିରଥୀ ନଦୀରେ ଥିବା ତେହରୀ ଡ୍ୟାମ ଭାରତର ସବୁଠୁ ଉଚ୍ଚା ନଦୀବନ୍ଧ। ପୁରାଉତ୍ତରାଖଣ୍ଡ ରାଜ୍ୟକୁ ପାଣି ଏହି ଡ୍ୟାମରୁ ଯୋଗାଯାଏ। ତେହରୀ ଡ୍ୟାମ ଦେଖିବାକୁ ସମ୍ପୂର୍ଣ୍ଣ ସବୁଜିମାରେ ଭରପୁର । ଦୂରରୁ ଦେଖିଲେ ପ୍ରକୃତିର ସୌନ୍ଦର୍ଯ୍ୟ ଯେମିତି ଲହଡି ଭାଙ୍ଗୁଥିବା ଭଲି ମନେ ହୁଏ।

   Related Posts