ମୋର୍ଗନ ଷ୍ଟେନଲୀର ଭବିଷ୍ୟତବାଣୀ, ୨୦୨୩ ଡିସେମ୍ୱର ସୁଦ୍ଧା ସେନସେକ୍ସ ଛୁଇଁବ ୮୦,୦୦୦ ଅଙ୍କ

Published By : Prameya-News7 Bureau | November 28, 2022 IST

ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାରକୁ ପୁଣିଥରେ ଉତ୍ସାହ ଫେରିଛି । ସେନସେକ୍ସ ଏବଂ ନିଫ୍ଟି ନୂଆ ରେକର୍ଡ ସ୍ତରରେ ପହଞ୍ଚିଛି । ନିବେଶକ ବେଶ ଲାଭ ପାଇଛନ୍ତି । ୨୦୨୦, ୨୦୨୧, ୨୦୨୨ ପରେ ୨୦୨୩ରେ ମଧ୍ୟ ଭାରତୀୟ ସେୟାର ବଜାରରେ ଭଲ ନିବେଶ ଦେଖିବାକୁ ମିଳିପାରେ । ବିଏସଇ ସେନସେକ୍ସ ୨୦୨୩ ଡିସେମ୍ୱର ମାସରେ ୮୦,୦୦୦ ସ୍ତର ଛୁଇଁପାରେ । ବିଦେଶୀ ବ୍ରୋକରେଜ ହାଉସ ମୋର୍ଗନ ଷ୍ଟେନଲୀ ଏହି ଭବିଷ୍ୟତବାଣୀ କରିଛି ।

ମୋର୍ଗନ ଷ୍ଟେନଲୀ କହିଛନ୍ତି ଯେ, ଯଦି ଭାରତକୁ ଗ୍ଲୋବାଲ ବଣ୍ଡ ସୂଚକାଙ୍କରେ ସାମିଲ କରାଯାଏ ତେବେ ଆସନ୍ତା ୧୨ ମାସରେ ଦେଶରେ ୨୦ ବିଲିୟନ ଡଲାରର ନିବେଶ ହୋଇପାରେ । ମାର୍ଗନ ଷ୍ଟେନଲୀ ୨୦୨୨ରେ ଭାରତର ଏହି ସୂଚକାଙ୍କରେ ସାମିଲ ହେବା ନେଇ ଆଶା ବ୍ୟକ୍ତ କରିଥିଲେ । କିନ୍ତୁ ରିପୋର୍ଟ ଅନୁସାରେ ଏଥିରେ ଆହୁରି ବିଳମ୍ୱ ଘଟିପାରେ । ବଣ୍ଡ ସେଟଲମେଣ୍ଟର ନିୟମ ଏବଂ ଟ୍ୟାକ୍ସ ଜଟିଳତା ପରି ପ୍ରସଙ୍ଗର ସମାଧାନ ପ୍ରଥମେ ଜରୁରୀ ।

ମୋର୍ଗନ ଷ୍ଟେନଲୀଙ୍କ ଅନୁସାରେ, ତେଲ ଏବଂ ସାରର ମୂଲ୍ୟରେ ହ୍ରାସ ଘଟିଲେ ଏବଂ ୨୦୨୨-୨୫ ସୁଦ୍ଧା ବାର୍ଷିକ ୨୫ ପ୍ରତିଶତ ହାରରେ ଅର୍ନିଂ ଗ୍ରୋଥ ଯଦି ହୁଏ ତେବେ ସେନସେକ୍ସ ୮୦,୦୦୦ ଅଙ୍କ ଛୁଇଁପାରେ । ମାର୍ଗନ ଷ୍ଟେନଲୀଙ୍କ ଅନୁସାରେ ଯଦି ରୁଷ-ୟୁକ୍ରେନର ପ୍ରଭାବ ୨୦୨୩ ମସିହାରେ ନପଡେ ତେବେ ଏବଂ ଆମେରିକା ମନ୍ଦାବସ୍ଥାର ସାମନା କରେ ଏବଂ ସରକାରଙ୍କ ପକ୍ଷରୁ ନୀତିଗତ ସମର୍ଥନ ମିଳି ତେବେ ସେନସେକ୍ସର ବେସ କେସ ଟାର୍ଗେଟ ୬୮,୫୦୦ ରହିବ । କିନ୍ତୁ ଏହାର ବିପରୀତରେ ଯଦି ଯାଏ ତେବେ ସେନସେକ୍ସ ୫୨,୦୦୦ ଯାଏ ଖସିପାରେ। କନ୍ତୁ ଏହାର ସମ୍ଭାବନା ମାତ୍ର 20 ପ୍ରତିଶତ ରହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.