ଚିଟ୍‌ଫଣ୍ଡ ସଂସ୍ଥାଠୁ ବଳିଗଲା ସମବାୟ ସଂସ୍ଥା : ମିଳିମିଶି ଖାଇଗଲେ ଚାଷୀଙ୍କର ୫କୋଟିରୁ ଅଧିକ ଟଙ୍କା, କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଦାବି

Published By : Prameya-News7 Bureau | December 19, 2018 IST

ନୟାଗଡ ୧୯|୧୨: ମିଳିମିଶି ଖାଇଗଲେ ଚାଷୀଙ୍କର ୫କୋଟିରୁ ଅଧିକ ଟଙ୍କା । ନୟାଗଡ଼ ଜିଲ୍ଲା କୁରାଳ ସମବାୟ ସମିତିରେ ଲାଭ ଆଶାରେ ଟଙ୍କା ରଖିଥିବା ତିନି ହଜାରରୁ ଅଧିକ କ୍ଷୁଦ୍ର ଜମାକାରୀ ଚାଷୀ ଏବେ କିପରି ସେମାନଙ୍କ ଟଙ୍କା ଫେରସ୍ତ ପାଇବେ ସେହି ଚିନ୍ତାରେ । ଜମାକାରୀମାନେ ଆନ୍ଦୋଳନ କରିଥିଲେ ମଧ୍ୟ କିଛି ସୁଫଳ ମିଳିନି । ଅନ୍ୟପକ୍ଷରେ ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନର ଆଶ୍ବାସନା ଦେଇ ଚୁପ୍ ବସିଛନ୍ତି କର୍ତ୍ତୃପକ୍ଷ ।

ସମବାୟ ସମିତିରେ ୫ କୋଟି ଚଳୁ । ଚିଟ୍‌ଫଣ୍ଡ ସଂସ୍ଥା ଭଳି ସମବାୟ ସମିତି ଲୁଟିନେଇଛି ହଜାର ହଜାର ଚାଷୀଙ୍କର ଟଙ୍କା । ଆନ୍ଦୋଳନକୁ ଓହ୍ଲାଇଛନ୍ତି ନୟାଗଡ଼ କୁରାଳ ଅଞ୍ଚଳର ୩ ହଜାରରୁ ଅଧିକ ଚାଷୀ।

{"id":65322}

ନିଜ ପେଟରୁ କାଟି ଭବିଷ୍ୟତ ପାଇଁ ସଞ୍ଚିଥିବା ଏହି ଚାଷୀ ମାନେ ରଖିଥିବା ଜମା ରଖିଥିବା ୫ କୋଟିରୁ ଅଧିକ ଟଙ୍କା ହଡ଼ପ କରି ସଂପାଦକ ଓ କର୍ମଚାରୀ ମାରିଛନ୍ତି  ଛୁ’। ନୟାଗଡ଼ ଏଆର୍‌ସିଏ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରୁଥିବା ଏହି ଚାଷୀ ର ଦାବି ଦୋଷୀଙ୍କୁ ତୁରନ୍ତ ଗିରଫ କରାଯିବା ସହିତ ସେମାନଙ୍କର ଜମା ଟଙ୍କା ଫେରସ୍ତ ମିଳୁ।

{"id":65323}

ଜମାକାରୀ ଚାଷୀଙ୍କର ସଂଖ୍ୟା ୩୮୦୨ । ମୋଟ୍‌ ଜମାରାଶି ୫ କୋଟି ୭୬ ଲକ୍ଷ ଟଙ୍କା । ନୟାଗଡ଼ କୁରାଳ ଓ ରଙ୍ଗଣୀ ପାଟଣା ସମବାୟ ସମିତିରେ ଜମା ରଖିଥିବା ଚାଷୀ ମାଚ୍ୟୁରିଟି ପରେ ଟଙ୍କା ଫେରସ୍ତ ପାଇବାକୁ ବ୍ୟାଙ୍କକୁ ଯିବା ପରେ ଯାହା ଶୁଣିଲେ ସେଥିରେ ଚାଷୀଙ୍କର ମୁଣ୍ଡ ଚକ୍କର କାଟିଯାଇଥିଲା । ସମବାୟ ସମିତି ସଂପାଦକ କାଳୁ ଚରଣ ରାଉତ ସବୁ ଟଙ୍କା ଚଳୁ କରିନେଇଥିବା ଜଣାପଡ଼ିଛି। ଏହାପରଠାରୁ ଜମାକାରୀ ସଂପାଦକଙ୍କ ଘର ଠାରୁ ଆରମ୍ଭ କରି ଓଡ଼ଗାଁ କେନ୍ଦ୍ର ସମବାୟ ବ୍ୟାଙ୍କ ଓ  ଏ.ଆର୍‌.ସି.ଏସ୍‌.ଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଛନ୍ତି। କିନ୍ତୁ ଫଳ ଶୂନ୍‌ । ପୂର୍ବତନ ସଂପାଦକ ଏବଂ ଅନ୍ୟଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିବା ବେଳେ ଟଙ୍କା ଫେରସ୍ତ ଦିଆଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି । କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଏହାର ତଦନ୍ତ କରିବାକୁ ଜମାକାରୀ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.