ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ କ୍ୟାନସର ବା କର୍କଟ ରୋଗ ସମସ୍ୟାର କାରଣ ସାଜିଛି। ଅନେକ ଲୋକଙ୍କ ଠାରେ ଅଜାଣତରେ ଏହି ରୋଗ ହେଉଛି। ଏବେ ଏହାକୁ ନେଇ ଏକ ଖବର ଆସିଛି ,ଯାହାକି ଆଶ୍ଚର୍ଯ୍ୟ ସହ ଭୟଭୀତ କରି ଦେବ। ଗୋଟିଏ ଜିଲ୍ଲାରେ ୧୪ ହଜାରରୁ ଅଧିକ ମହିଳାଙ୍କ ଠାରେ କର୍କଟ ରୋଗର ଲକ୍ଷଣ ଦେଖାଯାଇଛି। ସେହି ସ୍ଥାନଟି ମହାରାଷ୍ଟ୍ରର ହିଙ୍ଗୋଲି ଜିଲ୍ଲା। ଏଠାରେ ୧୪,୫୦୦ ମହିଳାଙ୍କ ଠାରେ କ୍ୟାନସର ଲକ୍ଷଣ ଥିବାର ଜଣାପଡ଼ିଛି। ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରକାଶ ଆବିତକର ଗୁରୁବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ରାଜ୍ୟ ସରକାରଙ୍କର ସଞ୍ଜୀବନୀ ସ୍କିମ୍ ଅନୁସାରେ, ସ୍କ୍ରିନିଂ ବେଳେ ଏହି ମହିଳାଙ୍କ ବିଷୟରେ ସୂଚନା ମିଳିଥିଲା। ପ୍ରକାଶ ଆବିତକର ନିଜର ଏକ ଲିଖିତ ଜବାବରେ ବିଧାନସଭାରେ କହିଛନ୍ତି ଯେ, ୮ ମାର୍ଚ୍ଚରେ ମହିଳା ଦିବସରୁ ସର୍ଭେ ଆରମ୍ଭ ହୋଇଥିଲା। ଏହି ଅନୁସାରେ ମୋଟ ୨,୯୨,୯୯୬ ମହିଳାଙ୍କ ମଧ୍ୟରେ ସର୍ଭେ କରାଯାଇଛି। ଏହି ସର୍ଭେ ବେଳେ ମହିଳାଙ୍କୁ କିଛି ପ୍ରଶ୍ନ ପଚାର ଯାଇଥିଲା, ଯାହାର ସେମାନେ ଜବାବ ଦେଇଥିଲେ।
ଉକ୍ତ ଜବାବର ଆଧାରରେ ଏହା ଜଣାପଡ଼ିଛି ଯେ, ପାଖାପାଖି ୧୪,୫୦୦ ମହିଳାଙ୍କ ଠାରେ କ୍ୟାନସର ଭଳି ଲକ୍ଷଣ ଅଛି। ସେ କହିଛନ୍ତି, ମୋଟ ୧୪,୫୪୨ ମହିଳାଙ୍କ ମଧ୍ୟରୁ ୩ ଜଣଙ୍କୁ ଗର୍ଭାଶୟ କ୍ୟାନସରର ସୂଚନା ମିଳିଛି। ଏହା ବ୍ୟତୀତ ଜଣେ ମହିଳାଙ୍କୁ ସ୍ତନ୍ୟ କ୍ୟାନସର ଓ ୮ଜଣଙ୍କୁ ମାଉଥ୍ କ୍ୟାନସର ହୋଇଛି। ଏହି ସୂଚନା ଜିଲ୍ଲା କଲେକ୍ଟରଙ୍କ ପକ୍ଷରୁ କ୍ୟାନସରକୁ ନେଇ ଚଲାଯାଇ ଥିବା ସଚେତନତା ଅଭିଯାନରେ ସାମ୍ନାକୁ ଆସିଛି। ଏହି ଅଭିଯାନ ଏଥିପାଇଁ ଚଲା ଯାଇଛି, ଯାହାକି କ୍ୟାନସରର ସୂଚନା ପ୍ରାରମ୍ଭିକ ଷ୍ଟେଜ୍ରେ ହିଁ ଜଣାପଡ଼ି ପାରିବ ଏବଂ ପୁଣି ସେହି ଲୋକଙ୍କ ଚିକିତ୍ସା କରାଯାଇ ପାରିବ।
ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ମହିଳାଙ୍କ ପାଇଁ ଅଲଗା ଭାବେ କୌଣସି କ୍ୟାନସର ହସ୍ପିଟାଲର ନିର୍ମାଣର ପ୍ରସ୍ତାବ ନାହିଁ। ସେ ଏହା କହିଛନ୍ତି ଯେ, ଗ୍ରାମାଞ୍ଚଳରେ ସ୍କ୍ରିନିଂର ବ୍ୟବସ୍ଥାକୁ ମଜବୁତ କରାଯିବ, ଯାହାକି ଜଣାପଡ଼ିବ ଯେ, ମହିଳାଙ୍କ ଠାରେ କ୍ୟାନସରର କଣ ସ୍ଥିତି ଅଛି। ଜିଲ୍ଲା ହସ୍ପିଟାଲରେ ମଧ୍ୟ ଏହାର ଯାଞ୍ଚର ସୁବିଧା ଦିଆଯାଉଛି। ଏଥିପାଇଁ ଟାଟା ମେମୋରିଆଲ ହସ୍ପିଟାଲ ସହ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି।
ଟାଟା ମେମୋରିଆଲ ହସ୍ପିଟାଲ ପକ୍ଷରୁ ଏକ ଟିମ୍ ମାସରେ ଦୁଇ ଥର ହସ୍ପିଟାଲକୁ ଯିବେ ଏବଂ ସେଠାରେ କ୍ୟାମ୍ପ ଲଗାଇ ଯାଞ୍ଚ କରିବେ। ଖାଲି ଏତିକି ନୁହେଁ , ତଳ ସ୍ତରକୁ ଯାଞ୍ଚ ପାଇଁ କ୍ୟାନସର ଯୋଦ୍ଧାଙ୍କୁ ଟ୍ରେନିଂ ମଧ୍ୟ ଟିମ୍ ପକ୍ଷରୁ ଦିଆଯିବ। ସେ କହିଛନ୍ତି ଯେ, ରାଜ୍ୟର ୮ଟି ଜିଲ୍ଲା ହସ୍ପିଟାଲରେ ଡେ-କେୟାର କେମୋଥେରାପୀ ସେଣ୍ଟର ମଧ୍ୟ ଆରମ୍ଭ କରାଯାଇଛି। ଏହା ବ୍ୟତୀତ ଏମିତି ସେଣ୍ଟର ଗୁଡ଼ିକୁ ରାଜ୍ୟର ଅନ୍ୟ ଜିଲ୍ଲାରେ ମଧ୍ୟ ସ୍ଥାପିତ କରିବାର ପ୍ରସ୍ତୁତି ଅଛି।