scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରଥମ ତ୍ରୈମାସିକର ଜିଡିପି ତଥ୍ୟ ପରେ ଏବେ Moody’s ଦେଲା ଖୁସିଖବର, ୨୦୨୩ରେ ୬.୭% ରହିପାରେ ଆର୍ଥିକ ବୃଦ୍ଧି ଦର

1/09/2023 at 5:15 PM

ନୂଆଦିଲ୍ଲୀ, ୦୧/୦୯: ଗ୍ଲୋବାଲ ରେଟିଂ ଏଜେନ୍ସୀ ମୂଡିଜ୍‌ ୨୦୨୩ ପାଇଁ ଭାରତର ଆର୍ଥିକ ବୃଦ୍ଧି ଅନୁମାନକୁ ବଢ଼ାଇଛି । ଏହାର ଗୋଟିଏ ଦିନ ପୂର୍ବରୁ ସରକାର ପ୍ରଥମ ତ୍ରୈମାସିକର ଜିଡିପି ତଥ୍ୟ ଜାରି କରିଥିଲେ। ଯାହା ହିସାବରେ ଭାରତର ଅଭିବୃଦ୍ଧି ହାର ଅନ୍ୟ କୌଣସି ବଡ଼ ଅର୍ଥବ୍ୟବସ୍ଥା ତୁଳନାରେ ସବୁଠୁ ଅଧିକ ରହିଛି।

ମୂଡିଜ୍‌ ଇନଭେଷ୍ଟର୍ସ ଶୁକ୍ରବାର ଗ୍ଲୋବାଲ ମାକ୍ରୋ ଆଉଟଲୁକ୍ ରିଲିଜ୍ ଜାରି କରିଛନ୍ତି । ଯେଉଁଥିରେ ସେ ଭାରତକୁ ନେଇ ମଧ୍ୟ ନିଜର ଅନୁମାନ ଜାହିର କରିଛି। ମୂଡିଜ୍‌ ଅନୁଯାୟୀ ୨୦୨୩ରେ ଭାରତର ଆର୍ଥିକ ବୃଦ୍ଧି ଦର ୬.୭ ପ୍ରତିଶତ ରହିବ। ଏହା ପୂର୍ବରୁ ମୂଡିଜ୍‌ କହିଥିଲା ଯେ, ୨୦୨୩ରେ ଭାରତର ଆର୍ଥିକ ବୃଦ୍ଧି ଦର ୫.୫ ପ୍ରତିଶତ ରହିପାରେ।

ଆହୁରି ପଢ଼ନ୍ତୁ: ପ୍ରଥମ ତ୍ରୈମାସିକରେ ଭାରତର ଅଭିବୃଦ୍ଧି ହାର ରହିଛି ୭.୮ %, ଜାରି ହେଲା ଜିଡିପି ରିପୋର୍ଟ

ଉଲ୍ଲେଖଯୋଗ୍ୟ, ଗୁରୁବାର ଏନଏସଓ, ପ୍ରଥମ ତ୍ରୈମାସିକର ଜିଡିପି ତଥ୍ୟ ଜାରି କରିଥିଲା। ଏନଏସଓର ତଥ୍ୟ ଅନୁଯାୟୀ, ପ୍ରଥମ ତ୍ରୈମାସିକରେ ବାର୍ଷିକ ଆଧାରରେ ଭାରତୀୟ ଅର୍ଥବ୍ୟବସ୍ତା ୭.୮ ପ୍ରତିଶତ ସରରେ ବୃଦ୍ଧି ହୋଇଛି । ଏହି ତଥ୍ୟ ରିଜର୍ଭ ବ୍ୟାଙ୍କ୍‌ର ପ୍ରଥମ ତ୍ରୈମାସିକ ପାଇଁ ୮ ପ୍ରତିଶତ ବୃଦ୍ଧି ହାର ଅନୁମାନ ଠାରୁ କମ୍‌, କିନ୍ତୁ ଏହା ଅନ୍ୟ ପ୍ରମୁଖ ଅର୍ଥବ୍ୟବସ୍ଥା ତୁଳନାରେ ସବୁଠୁ ଅଧିକ।

ମୁଡିଜ୍‌ ଅନୁଯାୟୀ, ପ୍ରଥମ ତ୍ରୈମାସିକରେ ଭାରତୀୟ ଅର୍ଥବ୍ୟବସ୍ଥାକୁ ଆଗକୁ ବଢ଼ାଇବାରେ ସର୍ଭିସ ସେକ୍ଟରର ମଜବୁତ ବିସ୍ତାର ଏକ କ୍ୟାପିଟାଲ ଏକ୍ସପେଣ୍ଡିଚରରୁ ସାହାଯ୍ୟ ମିଳିଥିବା ନେଇ କହିଛି। ଅବଶ୍ୟ ମୁଡିଜ୍‌ ଏହା ସହ ଆସନ୍ତା ବର୍ଷ ପାଇଁ ଆଶଙ୍କା ମଧ୍ୟ ଜାହିର୍‌ କରିଛି। ମୁଡିଜ୍‌ର କହିବା ଅନୁଯାୟୀ ଚଳିତ ବର୍ଷ  ଭଲ ରହିଛି ଆଉ ଦ୍ବିତୀୟ ତ୍ରୈମାସିକରେ ଉଚ୍ଚ ବେସ୍‌ ପ୍ରସ୍ତୁତ ହୋଇଛି, ୨୦୨୪ରେ ଭାରତର ବୃଦ୍ଧି ଦର ଅନୁମାନକୁ ୬.୫ ପ୍ରତିଶତ ଖସାଇ ୬.୧ ପ୍ରତିଶତ କରାଯାଉଛି।

   Related Posts