ଖୁବଶୀଘ୍ର ଓଡ଼ିଶା ଛୁଇଁବ ମୌସୁମୀ, ୪୮ ଘଣ୍ଟା ମଧ୍ୟରେ ପ୍ରବେଶ କରିବା ପାଇଁ ପାଗ ଅନୁକୂଳ

Published By : Prameya-News7 Bureau | June 15, 2022 IST

ଭୁବନେଶ୍ୱର ୧୫/୦୬: ଗରମ ଓ ଗୁଳୁଗୁଳିରୁ ମିଳିବ ତ୍ରାହି । ୪୮ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ମୌସୁମୀ ଛୁଇଁବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । ରଜକୁ ବର୍ଷା ଭିଜାଇବ ବୋଲି ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ । ଗତ ଦୁଇଦିନ ତଳେ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ଥଣ୍ଡା ରହିଥିଲା । ଏଭଳି ରଜ ପାଗ ଜାରି ରହିବ ବୋଲି ଆଶା ଥିଲା ।

ହେଲେ ପାଣିପାଗ ବିଭାଗର ସାନି ଆକଳନକୁ ବିଶ୍ୱାସ କଲେ ଆସନ୍ତା ଦୁଇ ଦିନ ଭିତରେ ମୌସୁମୀ ଆସିବ ବୋଲି ସ୍ପଷ୍ଟ କରିଛି ପାଣିପାଗ କେନ୍ଦ୍ର । ଆସନ୍ତା ୨୪ ଘଣ୍ଟା ରାଜ୍ୟରେ ତାତିରୁ ତ୍ରାହି ମିଳିନପାରେ । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପୂର୍ବାନୁମାନ କରିଥିଲା, ୧୬ ବା ୧୭ ତାରିଖରେ ମୌସୁମୀ ଓଡିଶା ଛୁଇଁପାରେ । ରାଜ୍ୟରେ ମୌସୁମୀ ପହଞ୍ଚିଲେ ବି ଏହା ବିଶେଷ ବର୍ଷା କରାଇବନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.