oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ମଙ୍ଗୁଳି ଜେନାଙ୍କ ହତ୍ୟାକାରୀକୁ ଉଚିତ ଶାସ୍ତି ମିଳିବ ବୋଲି ଭୁବନେଶ୍ବରରେ କହିଲେ ମୋଦି, ବିଭିନ୍ନ ପ୍ରସଂଗରେ ରାଜ୍ୟ ସରକାରଙ୍କୁ କଲେ ଟାର୍ଗେଟ

16/04/2019 at 8:04 PM

ଭୁବନେଶ୍ବର୧୬|୪; ରବିବାର ରାତିରେ ଖୋର୍ଦ୍ଦା ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ଦୁବୃର୍ତ୍ତଙ୍କ ଗୁଳିମାଡରେ ପ୍ରାଣ ହରାଇଥିବା ବିଜେପି ନେତା ମଂଗୁଳି ଜେନାଙ୍କ ପ୍ରସଂଗ ପ୍ରଧାନମନ୍ତ୍ରୀ ମୋଦି ଉଠାଇଛନ୍ତି । ଭୁବନେଶ୍ବର ବରମୁଣ୍ଡାପଡାଆରେ ଆୟୋଜିତ ସଭାରେ ମୋଦି ସ୍ବର୍ଗତ ମଙ୍ଗୁଳି ଜେନାଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିବା ସହ ରାଜ୍ୟରେ ବିଜେପି ସରକାର ଆସିଲେ ମୁଙ୍ଗୁଳି ଜେନାଙ୍କ ହତ୍ୟାକାରୀକୁ ଉଚିତ ଶାସ୍ତି ଦେବ ବୋଲି କହିଛନ୍ତି ।

ମୋଦି କହିଛନ୍ତି ଯେ, ପୁଣି ଡବଲ ଇଁଜିନର ଆବଶ୍ୟକତା ରହିଛି । ଦୁର୍ବଳ ସରକାର ଯୋଗୁଁ ସ୍ଧୀଧୀନତାର ଏତେ ବର୍ଷ ପରେ ମଧ୍ୟ ବିକାଶ ହୋଇପାରି ନାହିଁ । ଥରୁଟିଏ ଭୋଟ ଦେଇ ଦେଖନ୍ତୁ ମୋଦି କଣ କରୁଛି ବୋଲି ସେ କହିଥିଲେ । ରାଜ୍ୟରେ ସରକାର ବଦଳିବା ଦର୍କାର ବୋଲି କହିବା ସହ କୃଷ୍କଙ୍କ ପାଇଁ କେନ୍ଦ୍ର ଯୋଜନା ପ୍ରଣୟନ କରିଥିବାବେଳେ ରାଜ୍ୟ ସରକାର କୃଷକଙ୍କ ସମ୍ପର୍କରେ ତଥ୍ୟ ଦେଇପାରୁ ନାହାନ୍ତି ବୋଲି କହି ନବୀନଙ୍କୁ ଟାର୍ଗେଟ କରିଥିଲେ ।

ରାଜ୍ୟରେ ବିଜେପି ସରକାର ପ୍ରତିଷ୍ଠା ହେଲେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ହେବ ବୋଲି ମୋଦି କହିଥିଲେ । ଓଡିଶାକୁ ମୋଦି ଶସ୍ତ୍ର ଓ ଶାସ୍ତ୍ରର ଭୂମି ବୋଲି କହିବା ସହ ଭୁବନେଶ୍ବରବାସୀଙ୍କ ନିକଟରେ କୃତଜ୍ଞ ବୋଲି କହିଥିଲେ । ନିଜ ଉଦବୋଧନରେ ମୋଦି ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ ପ୍ରସଂଗ ଉଠାଇବାକୁ ଭୁଲି ନଥିଲେ । ସେକହିଥିଲେ ଯେ, ଭାରତ ଶାନ୍ତି ଚାହେଁ । ତେବେ କୌଣସି ପରିସ୍ଥିତିରେ ଦେଶର ମୁଣ୍ଡ ନଇଁବାକୁ ଦିଆଯିବ ନାହିଁ । ଦରକାର ପଡିଲେ ଅସ୍ତ୍ର ଧରିବାକୁ ପଛାଇବୁ ନାହିଁ ବୋଲି ମୋଦି କହିଛନ୍ତି ।

ଦେଶରେ ବିଜେପି ଶାସିତ ରାଜ୍ୟଗୁଡିକ ପ୍ରଗତି ମାର୍ଗରେ ଆଗକୁ ବଢୁଛନ୍ତି ବୋଲି ମୋଦି କହିବା ସହ ଓଡିଶାରେ ଡବଲ ଇଂଜିନ ସରକାର ଅପରିହାର୍ଯ୍ୟ ବୋଲି କହିଥିଲେ । ରାଜ୍ୟରେ ଆଶାନୁରୂପ ବିକାଶ ହୋଇନି ବୋଲି ମୋଦି ତାଙ୍କ ଭାଷଣରେ ଉଲ୍ଲେଖ କରିଥିଲେ । ଦୁର୍ନୀତିଗ୍ରସ୍ତମାନେ ହୁସିଆର, ଘରେ ଘରେ ଚୌକୀଦାର ବୋଲି ମୋଦି ତାଙ୍କ ଟ୍ୟାଗ ଲାଇନ ଉଚ୍ଚାରଣ କରିବାକୁ ଭୁଲି ନଥିଲେ ।

   Related Posts