ଟୋକିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଅନ୍ତ୍ୟେଷ୍ଟିରେ ହେବେ ସାମିଲ

Published By : Prameya-News7 Bureau | September 27, 2022 IST

ଟୋକିଓ ୨୭/୦୯: ଟୋକିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ରାଜକୀୟ ଅନ୍ତିମ ସଂସ୍କାରରେ ସାମିଲ ହେବା ପାଇଁ ଜାପାନ ଗସ୍ତରେ ଯାଇଛନ୍ତି ମୋଦି । ଏହି କାର୍ଯ୍ୟକ୍ରମ ଟୋକିଓର ଚିୟୋଦା ବୁଦୋକନରେ ଆୟୋଜିତ କରାଯାଉଛି । ଏଠାରୁ ପ୍ରଧାନମନ୍ତ୍ରୀ ମୋଦି ଅକାସାକା ପ୍ୟାଲେସ ଯିବେ, ଯେଉଁଠାରେ ଏକ ଅଭିବାଦନ ସମାରୋହ ହେବ ।

ଶିଞ୍ଜୋ ଆବେଙ୍କ ପତ୍ନୀ ଉକୀ ଆବେଙ୍କୁ ଭେଟି ସମବେଦନା ଜଣାଇବେ । ଶିଞ୍ଜୋ ଆବେଙ୍କ ରାଜକୀୟ ଅନ୍ତିମ ସଂସ୍କାରରେ ଜାପାନରେ ୨୦ରୁ ଅଧିକ ରାଜ୍ୟ ମୁଖ୍ୟଙ୍କ ସମେତ ୧୦୦ରୁ ଅଧିକ ଦେଶର ପ୍ରତିନିଧୀ ଯୋଗଦେବେ । ଏହା ପୂର୍ବରୁ ଜାପାନ ପିଏମ୍ ଫୁମିୟୋ କିଶିଦାଙ୍କୁ ଭେଟିଛନ୍ତି ମୋଦି ।

ଏହି ସମୟରେ ୨ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଦ୍ୱିପାକ୍ଷୀକ ଆଲୋଚନା ହୋଇଛି । ଗତ ଜୁଲାଇ ୮ରେ ନିର୍ବାଚନୀ ପ୍ରଚାର ବେଳେ ଶିଞ୍ଜୋ ଆବେଙ୍କୁ ଗୁଳି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଭାରତ ଆବେଙ୍କ ସମ୍ମାନରେ ଜୁଲାଇ ୯ରେ ଦିନିକିଆ ଜାତୀୟ ଶୋକ ଘୋଷଣା କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.