ଲେଜା ଲେଜାରେ ଫେମ୍ ନିନା ସରକାର ହେଲେ ଲଣ୍ଡା : କାହିଁକି ଏପରି ଅଦ୍ଭୁତ ନିଷ୍ପତ୍ତି…?
3/12/2020 at 4:24 PM

ମୁମ୍ବାଇ ୩/୧୨: ବଲିଉଡର କେତେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କୌଣସି ନା କୌଣସି କାରଣ ଯୋଗୁଁ ଲଣ୍ଡା ହୋଇଛନ୍ତି। ଏହି ତାଲିକାରେ ଏବେ ଆଉ ଜଣେ ମଡେଲଙ୍କ ନାଁ ଯୋଡ଼ି ହୋଇ ଯାଇଛି। ଏହି ମଡେଲ୍ ଏକ ବଡ଼ କାରଣ ଯୋଗୁଁ ଲଣ୍ଡା ହୋଇଛନ୍ତି।

ଏହି ମଡେଲ୍ ଆଉ କେହି ନୁହଁନ୍ତି ବରଂ ନୀନା ସରକାର। ନୀନା ସରକାର ଫିଲ୍ମ ମନି ଦେବୋ ଭବର ଲେଜା ଲେଜା ଗୀତରେ ନଜର ଆସି ସାରିଛନ୍ତି। ସେ ନିଜ କେଶ ଦାନ କରିବା ଉଦ୍ଦେଶ୍ୟରେ ଲଣ୍ଡା ହୋଇଛନ୍ତି। ଖାସ୍ କଥା ହେଉଛି ଏହା ଯେ ନୀନା ସରକାର ନିଜ କେଶ ନିଜେ ଟ୍ରିମରରେ କାଟିଛନ୍ତି। ନିଜ କେଶ କାଟୁଥିବାବେଳେ ମଡେଲ୍ ସୋସିଆଲ ମିଡିଆରେ ୨ଟି ଭିଡିଓ ମଧ୍ୟ ସେୟାର କରିଛନ୍ତି।
ନୀନା ସରକାର ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ନିଜର ୨ଟି ଭିଡିଓ ସେୟାର କରିଛନ୍ତି। ପ୍ରଥମ ଭିଡିଓରେ ସେ ନିଜ ଘନ ଏବଂ ସୁନ୍ଦର କେଶ ସହ ଦେଖାଯାଇଛନ୍ତି। ଏହା ସହିତ ସେ ନିଜ ସୁନ୍ଦର କେଶକୁ ଧନ୍ୟବାଦ ମଧ୍ୟ କହିଛନ୍ତି। ଏହା ପରେ ନୀନା ସରକାର ଭିଡିଓରେ ଟ୍ରିମରରେ ନିଜ କେଶ କାଟିବା ଆରମ୍ଭ କରୁଛନ୍ତି। ଭିଡିଓରେ ଶେଷ ଯାଏଁ ସେ ନିଜ ଅଧା କେଶ କାଟି ଦେଉଛନ୍ତି।
ଦ୍ବିତୀୟ ଭିଡିଓରେ ମଡେଲ୍ ନିଜ ପୂରା କେଶକୁ କାଟୁଥିବା ନଜର ଆସିଛନ୍ତି। ନିନା ସରକାର ଭିଡିଓରେ ଏହା ପରିଷ୍କାର କରି ଦେଇଛନ୍ତି ଯେ ସେ ନିଜ କେଶ ବିକୁ ନାହାନ୍ତି ବରଂ ଦାନ କରୁଛନ୍ତି।
