ସାରା ଦେଶରୁ ପ୍ରତ୍ୟାହାର ହେଲା ଆଦର୍ଶ ଆଚରଣ ବିଧି

Published By : Prameya-News7 Bureau | June 06, 2024 IST

India Today

ନୂଆଦିଲ୍ଲୀ: ସାରା ଦେଶରୁ ପ୍ରତ୍ୟାହାର ହୋଇଛି ଆଦର୍ଶ ଆଚରଣ ବିଧି। ଏନେଇ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ । ମଙ୍ଗଳବାର ଲୋକସଭା ନିର୍ବାଚନ ଏବଂ ବିଧାନସଭା ଫଳାଫଳ ଘୋଷଣା ହୋଇଥିଲା। ଗୁରୁବାର ହିମାଚଳ ପ୍ରଦେଶରେ ନିର୍ବାଚନ ଫଳାଫଳ ପରେ ଆଦର୍ଶ ଆଚରଣ ବିଧି ହଟାଯାଇଛି। 

ସେହିପରି ରାଜ୍ୟରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଲାଗୁ ହୋଇଥିବା ଆଦର୍ଶ ଆଚରଣ ବିଧି ଆଜି ପ୍ରତ୍ୟାହାର ହୋଇଛି । ନିର୍ବାଚନ ଆୟୋଗ ଆଜି ଓଡ଼ିଶାର ମୁଖ୍ୟ ସଚିବ ଓ କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କୁ ଚିଠି ଲେଖି ଏନେଇ ଅବଗତ କରାଇଛନ୍ତି । ଏପଟେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଆଜି ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ଓଡ଼ିଶାର ସପ୍ତଦଶ ବିଧାନସଭା ଗଠନ ସମ୍ପର୍କିତ ବିଜ୍ଞପ୍ତି ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟରେ ସାଧାରଣ ନିର୍ବାଚନ ପାଇଁ ଗତ ମାର୍ଚ୍ଚ ୧୬ତାରିଖରୁ ଆଚରଣ ବିଧି ବଳବତ୍ତର ରହିଥିଲା । ରାଜ୍ୟରେ ୪ଟି ପର୍ଯ୍ୟାୟରେ ବିଧାନସଭା ଓ ଲୋକସଭା ନିର୍ବାଚନ ଶେଷ ହୋଇଛି । ବିଜେପି ବିପୁଳ ବିଜୟ ସହ ରାଜ୍ୟରେ ପ୍ରଥମଥର ପାଇଁ ସରକାର ଗଠନ କରିବାକୁ ଯାଉଛି ।

  • Lok Sabha Election 2024
  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.