ରଥଯାତ୍ରା ସୁରକ୍ଷା ଚିନ୍ତା, ପୁରୀ ରେଲଓ୍ବେ ଷ୍ଟେସନରେ ଆତଙ୍କବାଦୀ ଆକ୍ରମଣର ମୁକାବିଲା ନେଇ ମକଡ୍ରିଲ୍

Published By : Prameya-News7 Bureau | June 13, 2025 IST

ପୁରୀ ୧୩।୬: ରଥଯାତ୍ରା ସମୟରେ ଆତଙ୍କବାଦୀ ଆକ୍ରମଣକୁ ମୁକାବିଲା ଏବଂ ଭକ୍ତ ଓ ଯାତ୍ରୀଙ୍କୁ କିଭଳି ସୁରକ୍ଷା ଦିଆଯାଇପାରିବ ସେନେଇ ପୁରୀ ରେଲୱେ ଷ୍ଟେସନରେ ଏକ ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି ।‌ ପୋଲିସ, ଜିଆରପି, ଆରପିଏଫ, ଅଗ୍ନିଶମ ବାହିନୀ, ଓଡିଶା ପୋଲିସର‌ STU କମାଣ୍ଡୋ, ଓଡ୍ରାଫ ମଧ୍ୟ ଏହି ମକଡ୍ରିଲରେ ସାମିଲ ହୋଇଥିଲେ । ଆତଙ୍କବାଦୀଙ୍କ ଦ୍ବାରା ଟ୍ରେନ୍ ହାଇଜାକ୍ କରାଗଲେ କିମ୍ବା ଷ୍ଟେସନ ଉପରେ ଆକ୍ରମଣ ହେଲେ କିଭଳି ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇପାରିବ ଏବଂ କିଭଳି ଆତଙ୍କବାଦୀଙ୍କୁ ନିପାତ କରାଯାଇପାରିବ ସେନେଇ ସମ୍ପୂର୍ଣ୍ଣ ମକଡ୍ରିଲ କରାଯାଇଥିଲା । ପୁରୀ ରେଲୱେ ଷ୍ଟେସନରେ ଆତଙ୍କବାଦୀଙ୍କ ଆକ୍ରମଣ । ଟ୍ରେନ୍ ହାଇଜାକ୍ କରିବା ସହିତ ଯାତ୍ରୀ ଓ ସୁରକ୍ଷାକର୍ମୀଙ୍କୁ ଗୁଳିକଲେ ଆତଙ୍କୀ । ଓଡ଼ିଶା ପୋଲିସର STU କମାଣ୍ଡ ଆତଙ୍କୀଙ୍କ କବଳରୁ ଯାତ୍ରୀଙ୍କୁ ଉଦ୍ଧାର କରିବା ସହିତ ତିନି ଆତଙ୍କୀଙ୍କୁ ନିପାତ କଲେ । ଏଭଳି କିଛି ଦେଖିବାକୁ ମିଳିଥିଲା ପୁରୀ ରେଲୱେ ଷ୍ଟେସନର ୧ ଓ ୩ ନମ୍ବର ପ୍ଲାଟଫର୍ମରେ । ତେବେ ଏହା ଏକ ମକଡ୍ରିଲ ଥିଲା । ଆଗାମୀ ରଥଯାତ୍ରାରେ ଯଦି କୌଣସି ଆତଙ୍କବାଦୀ ଆକ୍ରମଣ ଘଟେ କିଭଳି ଯାତ୍ରୀ ଏବଂ ଭକ୍ତଙ୍କୁ ଉଦ୍ଧାର କରିହେବ ଏବଂ ଆତଙ୍କୀଙ୍କୁ ନିପାତ କରିହେବ ସେନେଇ ଏକ ମକଡ୍ରିଲ ପୋଲିସ ପକ୍ଷରୁ ରେଲୱେ ଷ୍ଟେସନରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶା ପୋଲିସ, ଜିଆରପି, ଆରପିଏଫ, SOGର STU କମାଣ୍ଡ, ରେଲୱେର ମହିଳା କମାଣ୍ଡ, ଓଡ୍ରାଫ ଟିମ୍, ଅଗ୍ନିଶମ ବାହିନୀ ମଧ୍ୟ ସାମିଲ ହୋଇଥିଲେ ।‌ 

ତେବେ ଆଗାମୀ ରଥଯାତ୍ରାରେ ଭକ୍ତ ଓ ଯାତ୍ରୀଙ୍କ ସୁରକ୍ଷା ପ୍ରତି ପୋଲିସ ସମ୍ପୂର୍ଣ୍ଣ ଆଲର୍ଟ ଥିବା ପୁରୀ ଏସ୍‌ପି ସୂଚନା ଦେଇଛନ୍ତି । 

You Can Read:

ପୂର୍ବ ଶତ୍ରୁତାକୁ ନେଇ ଏସିଡ୍ ଓ ବୋମାମାଡ଼, ଦୁଇ ଗୁରୁତର ମେଡିକାଲରେ ଭର୍ତ୍ତି

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.