ମୋବାଇଲ ଅଛି, ନେଟଓ୍ୱାର୍କ ନାହିଁ : ଫୋନ୍ କରିବାକୁ ଚଢୁଛନ୍ତି ପାହାଡ଼

Published By : Prameya-News7 Bureau | August 17, 2023 IST

କଳାହାଣ୍ଡି ୧୭/୦୮: କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟ । ୧୯୯୨ ଏପ୍ରିଲ ୨ରେ ପାଇଥିଲା ନା । ସାରା ଦେଶରେ ବିଶ୍ୱବିଦିତ । ହେଲେ ଆଜି ବି ବିଛିନ୍ନାଞ୍ଚଳରେ ଅଭିଶପ୍ତ ଜୀବନ ବିତାଉଛନ୍ତି ଏଠାକାର ଲୋକେ । ନା ମିଳୁଛି ସରକାରୀ ସୁବିଧା, ନା ଅଛି ମୋବାଇଲ୍ ଟାଓ୍ୱାର । ଫଳରେ ମାଓବାଦୀଙ୍କ ବର୍ବରତାର ଶିକାର ହେଉଛନ୍ତି ନୀରିହ ଲୋକେ । ଅନେକ ଇଚ୍ଛା ଥିଲେ ବି ପୋଲିସ୍‌କୁ ଦେଇ ପାରୁନାହାଁନ୍ତି ସୂଚନା ।

wp:html /wp:html

୨୨ ଖଣ୍ଡ ଗାଁକୁ କର୍ଲାପାଟ ଅଭୟାରଣ୍ୟ । ମାଓବାଦୀ ଅଧୁଷିତ ଇଲାକା । ଥାନା ନଥିବାରୁ ପଞ୍ଚାୟତ ଗୃହରେ ଏବେ ରୁହନ୍ତି ଓଡ଼ିଶା ପୋଲିସର ୪୦ଜଣିଆ ଫୋର୍ସ । ୨୦୧୬ ମସିହାରେ ମାଓବାଦୀ ଗାଁର ଜଣେ ପୋଲିସ କର୍ମୀଙ୍କୁ ଘରୁ ଡାକି ନେଇ କରିଥିଲେ ହତ୍ୟା । ଖାଲି ସେତିକି ନୁହେଁ ଘଟମାରେ ବଲିପଡିଥିଲେ ନୀରିହ ଜନତା । ଦୁର୍ଭାଗ୍ୟର କଥା ଗାଁରେ ମୋବାଇଲ ନେଟୱର୍କ ନଥିବାରୁ ଏ ବିଷୟରେ ଅଜ୍ଞ ଥିଲା ପୋଲିସ ।

ଘଟଣା ପରେ ୨୦୧୭ ସେପ୍ଟେମ୍ବରରେ ଗାଁରେ ଆରମ୍ଭ ହୋଇଥିଲା BSNL ନେଟୱର୍କ । ଦିନାତିକ୍ରମେ ବର୍ତ୍ତମାନ ଏହି ଟାୱାର ଅଚଳ ଅବସ୍ଥାରେ । ଯେଉଁଥିପାଇଁ ୨୨ ଖଣ୍ଡ ଗ୍ରାମବାସୀକୁ ଫୋନରେ ଯୋଗାଯୋଗ କରିବା ଅସମ୍ଭବ । ଡାକଘର କାମ ଠାରୁ ଆରମ୍ଭ କରି ପାସବୁକ୍‌ ଟିଏ ଖୋଲିବାକୁ ପାହାଡ଼ ଉପରକୁ ଯିବାପାଇଁ ପଡ଼ୁଛି ।

ଗୋଟିଏ ପଟେ ମାଓବାଦୀ ଭୟ, ଅନ୍ୟ ପଟେ ଜଙ୍ଗଲୀ ଜନ୍ତୁଙ୍କ ଡର । ବାରମ୍ବାର ଗାଁ କୁ ଜଙ୍ଗଲୀ ହାତୀ ପଶି ଆସି ଅନେକ ଫସଲ ତଥା ଧନଜୀବନ ନଷ୍ଟ କରୁଥିବାର ଦେଖିବାକୁ ମିଳେ । ରାତି ଅଧରେ ଗାଁ ରେ କାହାର ଦେହ ଖରାପ ହେଲେ ଲୋକଙ୍କୁ ବାଧ୍ୟ ହେଇ ୩ କିମି ପାହାଡ଼ ଉପରକୁ ଚଢି ନେଟୱର୍କ ଖୋଜି ଆମ୍ବୁଲାନ୍ସକୁ ଡାକିବାକୁ ପଡେ । ବନ୍ୟଜନ୍ତୁ ଭୟରେ ଲୋକେ ନେଟୱର୍କ ଜାଗାକୁ ଯିବା ପାଇଁ ମଧ୍ୟ ଡରନ୍ତି । ଦୀର୍ଘଦିନ ବିତିଗଲାଣି ହେଲେ ସତେ ଯେମିତି କାହାରି ନଜର ପଡୁନି ଏମାନଙ୍କ ଉପରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.