ଆଜିଠୁ ସବୁ ରୁଟ୍ରେ ଗଡିଲା ମୋ ବସ୍
1/12/2020 at 9:01 AM

ଭୁବନେଶ୍ୱର ୦୧/୧୨: ରାଜଧାନୀବାସୀଙ୍କୁ ଆଉ ଏବେ ଯିବା ଆସିବା ପାଇଁ ହଇରାଣ ହରକତ ହେବେନି । ଅଧିକ ଭଡା କରି ଯିବାକୁ ମଧ୍ୟ କୌଣସି ଜାଗାକୁ ଯିବାକୁ ପଡିବନି । କାରଣ ମଙ୍ଗଳବାରଠୁ ସବୁ ରୁଟ୍ରେ ଗଡିଛି ‘ମୋ ବସ୍’ ।
ସୋମବାରଠୁ ପୂର୍ବ ଭଳି ମୋ ବସ୍ ଚଳାଚଳ ସ୍ୱାଭାବିକ ହେବ । ଏନେଇ କ୍ୟାପିଟାଲ ରିଜିଅନ୍ ଅରବାନ ଟ୍ରାନ୍ସପୋର୍ଟ(କ୍ରୁଟ୍) ପକ୍ଷରୁ ସୂଚନା ଦିଆଯାଇଛି । କିନ୍ତୁ କେବଳ ୨୯ନଂ ରୁଟ୍ରେ ବସ୍ ଗଡ଼ିବନି ବୋଲି କୁହାଯାଇଛି ।
ସୂଚନାଯୋଗ୍ୟ, ସେପ୍ଟେମ୍ବର ପହିଲାରୁ କିଛି ରୁଟ୍ରେ ମୋ ବସ୍ ଚଳାଚଳ ଆରମ୍ଭ କରାଯାଇଥିଲା । କରୋନା ଯୋଗୁଁ ଏହାର ଚଳାଚଳ ସାମୟିକ ସମୟ ପାଇଁ ବନ୍ଦ ରହିଥିଲା । କିନ୍ତୁ ସେପ୍ଟେମ୍ବର ମାସରେ ଯାତ୍ରୀଙ୍କ ସୁବିଧା ପାଇଁ ୮ଟି ରୁଟ୍ରେ ଏହି ବସ୍ ସେବା ଆରମ୍ଭ ହୋଇଥିଲା ।
Related Posts
ଡାକ୍ତରଙ୍କ ଶତ ଚେଷ୍ଟା ବିଫଳ , ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ
29 January 2023