ବାରିପଦା ୨୯।୦୭ : ନ୍ୟାୟ ନମିଳିଲେ ଆତ୍ମାହୁତି। ଝିଅକୁ ଯଦି ନ୍ୟାୟ ନମିଳିଲା, ୧୫ ଦିନ ପରେ ଆତ୍ମାହୁତି ଦେବି । ଝିଅକୁ ଅସଦାଚରଣ ହୋଇଥିବା ଅଭିଯୋଗରେ ନ୍ୟାୟକୁ ଅପେକ୍ଷା କରି ଏସ୍ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ମାଆ ।
ଖବର ଅନୁଯାୟୀ, ଗତ ଏପ୍ରିଲ ମାସରେ ନିଜ ଝିଅ ହୋଇଥିବା ଅସଦାଚରଣକୁ ନେଇ ବୈଶିଙ୍ଗା ଥାନାରେ ଅଭିଯୋଗ କରିଥିଲେ । ବଡ଼ସାହି ବିଧାୟକ ସନାତନ ବିଜୁଳିଙ୍କ ଚାପରେ ସ୍ଥାନୀୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ମହିଳା ଅଭିଯୋଗ କରିଥିଲେ । ବିଧାୟକ ତାଙ୍କର ସମ୍ପର୍କୀୟ କକା ହୋଇଥିବା ବେଳେ ନିଜ ଭଉଣୀ ଏବଂ ଭଉଣୀ ଜ୍ଵାଇଁଙ୍କ ବିରୋଧରେ ଏଭଳି ସାଙ୍ଘାତିକ ଅଭିଯୋଗ କରିଛନ୍ତି ମହିଳା। ଅନ୍ୟପଟେ ଏଭଳି ଘଟଣାକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିବା ସହ ନିଜର କୌଣସି ପ୍ରକାରର ସମ୍ପୃକ୍ତି ନାହିଁ ବୋଲି କହିଛନ୍ତି ବିଧାୟକ ସନାତନ ବିଜୁଳି।