ଗାଧୁଆ ପାଣିରେ ମିଶାନ୍ତୁ ରୋଷେଇ ଘରର ଏହି ଜିନିଷ : କ୍ଷୀର ଭଳି ଗୋରା ହୋଇଯିବ ଶରୀର

Published By : Prameya-News7 Bureau | November 28, 2019 IST

ଶରୀରର ସମସ୍ତ ଅଙ୍ଗଗୁଡ଼ିକ ମଧ୍ୟରୁ ଆମ ମୁହଁ ଏକ ଏପରି ଅଙ୍ଗ ହୋଇଥାଏ ଯାହାକୁ ଆମେ ସବୁବେଳେ ସୁନ୍ଦର ଏବଂ ଚିକ୍କଣ କରିବାକୁ ଉଦ୍ୟମ କରିଥାଉ। ଖାସ୍ କରି ମହିଳାମାନେ ସବୁଠୁ ଅଧିକ ନିଜ ତ୍ବଚାକୁ ଗୋରା ଏବଂ ଦାଗହୀନ କରିବାପାଇଁ ସବୁକିଛି ଉପାୟ କରିଥାଆନ୍ତି। ମହିଳାମାନେ କେତେବେଳେ ଘରୋଇ ଉପାୟ ଅବଲମ୍ବନ କରିଥାଆନ୍ତି ତ କେତେବେଳେ କସମେଟିକ୍ ବ୍ୟବହାର କରିଥାଆନ୍ତି ଯାହା ଫଳରେ ସେମାନେ ଅଧିକ ସୁନ୍ଦର ଦେଖାଯିବେ।

{"id":191062,"sizeSlug":"large"}

ଏହିସବୁ ଉପାୟ ଅବଲମ୍ବନ କରି ମହିଳାମାନେ ନିଜ ଉଦ୍ଦେଶ୍ୟରେ ସଫଳ ହୋଇଥାଆନ୍ତି। ସାଧାରଣତଃ ମହିଳାମାନେ ଚାହନ୍ତି ତାଙ୍କ ଶରୀରର ଅନ୍ୟ ଅଙ୍ଗ ଗୋରା ନ​‌ଦେଖାଗଲେ ବି ମୁହଁ ଗୋରା ଦେଖାଯିବା ଜରୁରୀ।  ତେବେ ଆସନ୍ତୁ ଜାଣିବା ତ୍ବଚାକୁ ଗୋରା କରିବା ପାଇଁ ଏହି ଜିନିଷକୁ ମାତ୍ର ୫/୬ବୁନ୍ଦା ବ୍ୟବହାର ଦ୍ବାରା ଆପଣଙ୍କ ତ୍ବଚା କିଛି ଦିନ ମଧ୍ୟରେ ଉଜ୍ଜ୍ବଳ ହୋଇଉଠିବ।

{"id":191063,"sizeSlug":"large"}

ଏହି ଜିନିଷକୁ ବ୍ୟବହାର କରିବା ଦ୍ବାରା କେବଳ ଆପଣଙ୍କ ତ୍ବଚା ନୁହେଁ ବରଂ ଆପଣଙ୍କ ପୂରା ଶରୀରରେ ଫରକ ଅନୁଭବ କରିବେ। ଆମ ଶରୀରରେ ଯେଉଁ ଭାଗ ଆବୃତ ହୋଇ ରହିଥାଏ ତାହା ଅନ୍ୟ ଅଙ୍ଗ ତୁଳନାରେ ଗୋରା ଏବଂ ଦାଗହୀନ ହୋଇଥାଏ। କାରଣ ଏହି ଅଙ୍ଗ ଉପରେ ଖରା ଏବଂ ପ୍ରଦୂଷଣର ପ୍ରଭାବ ପଡ଼ିନଥାଏ। କିନ୍ତୁ ଆମ ହାତ, ବାହୁ,ଆମ ତ୍ବଚା,ଆମ ବେକ ଉପରେ ଖରା ଏବଂ ପ୍ରଦୂଷଣ ସିଧାସଳଖ ପଡ଼ିଥାଏ ଯାହା ଦ୍ବାରା ଆମ ତ୍ବଚାର ରଙ୍ଗ ମଳିନ ପଡ଼ିଯାଇଥାଏ।

{"id":191064,"sizeSlug":"large"}

ଏଥିରୁ ମୁକ୍ତି ପାଇବା ପାଇଁ ଆପଣ ଗାଧୋଇବା ସମୟରେ ପାଣିରେ ଲେମ୍ବୁ ୫/୬ବୁନ୍ଦା ପକାଇ ଗାଧୋଇବା ଦ୍ବାରା ଲାଭ ପାଇବେ। ଲେମ୍ବୁରେ ଆଣ୍ଟି ଆଲର୍ଜିକ ଗୁଣ ଏବଂ ଟ୍ୟାନିଙ୍ଗକୁ କାଟିବା ଭଳି ଗୁଣ ରହିଥାଏ। ଏହାର ଏହି ଗୁଣ ତ୍ବଚାକୁ ଗୋରା କରିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.