ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ, ଚାରି ଚାରି ଥର ଲୁଟ୍ ପରେ ବି ଲୁଟେରାଙ୍କ ଟେର୍ ପାଉନି ପୋଲିସ

Published By : Prameya-News7 Bureau | November 15, 2023 IST

ନିଶ୍ଚିନ୍ତକୋଇଲି ୧୫।୧୧: ଦୁଇ ଦିନରେ ୪ଟି ସ୍ଥାନରୁ ଲୁଟ୍ ଅଭିଯୋଗ । ପୋଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ । ଚାରି ଚାରି ଥର ଲୁଟ୍ ପରେ ମଧ୍ୟ ଲୁଟେରାଙ୍କ ଟେର୍ ପାଉନି ପୋଲିସ । ଲୋକଙ୍କ ଧନଜୀବନ ଅସୁରକ୍ଷିତ ହୋଇ ପଡିଥିବା ଅଭିଯୋଗ କଲେଣି ଅଞ୍ଚଳବାସୀ ।

ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅସୁରେଶ୍ବର ବଜାରରୁ ବିଳମ୍ବିତ ରାତିରେ ପୁଣି ଥରେ ଲୁଟ୍ ଅଭିଯୋଗ ହୋଇଛି । ଦିନକ ପୂର୍ବରୁ ଏହି ବଜାରରେ ଥିବା ଏକ ଜୁଏଲାରୀ, ଅଧ୍ୟାପକ ଏବଂ ଅନ୍ୟ ଜଣଙ୍କ ଘରୁ ପାଣି ପମ୍ପ ଲୁଟେରା କଳାକନା ବୁଲାଇଥିବା ବେଳେ, ବୁଧବାର ଆଉ ଗୋଟିଏ ଜୁଏଲାରୀ ଦୋକାନର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା, ରୂପା ଅଳଙ୍କାର ଓ ନଗଦ ଟଙ୍କା ଲୁଟ୍ ହୋଇଥିବା ନିଶ୍ଚିନ୍ତକୋଇଲି ଥାନାରେ ଅଭିଯୋଗ ହୋଇଛି । ଲୁଟେରାଙ୍କ ଟାର୍ଗେଟରେ ଏବେ ଜୁଏଲାରୀ ସପ୍ । ଦୁଇଟି ଜୁଏଲାରୀ ଦୋକାନର ଲୁଟ୍ ସମୟର ଭିଜୁଆଲ ସିସିଟିଭିରେ କଏଦ ହୋଇଥିଲେ ସୁଦ୍ଧା ପୋଲିସ ହାତ ଖାଲି ।

ତେବେ ଅସୁରେଶ୍ବର ଠାରୁ ନିଶ୍ଚିନ୍ତକୋଇଲି ଥାନା ପାଖାପାଖି ୧୦ରୁ ୧୨ କିଲୋମିଟର ଦୂରତା ହୋଇଥିବା ବେଳେ ପୋଲିସର ଏହି ଅଞ୍ଚଳ ପ୍ରତି ବିଶେଷ ନିଘା ରହୁନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ତେଣୁ ନିଜର ଧନଜୀବନର ସୁରକ୍ଷା ପାଇଁ ଏଠାରେ ଗୋଟିଏ ଫାଣ୍ଡି ପ୍ରତିଷ୍ଠା ପାଇଁ ଦୀର୍ଘ ୩ବର୍ଷ ହେଲା ପୋଲିସ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରିନାହିଁ । ତେଣୁ ତୁରନ୍ତ ଏହି ଅଞ୍ଚଳରେ ଏକ ଫାଣ୍ଡି ପ୍ରତିଷ୍ଠା ନହେଲେ ଅଞ୍ଚଳବାସୀ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇବାକୁ ଚରମ ଚେତାବନୀ ଦେଇଛନ୍ତି ।

You Can Read :

wp:embed {"url":"https://www.prameyanews7.com/miscreants-looted-from-old-couple-house-in-bhubaneswar/","type":"wp-embed","providerNameSlug":"prameya-news-7"}
https://www.prameyanews7.com/miscreants-looted-from-old-couple-house-in-bhubaneswar/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.