୮ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା : ଦୋଷୀକୁ ମିଳିଲା ଫାଶୀ ଦଣ୍ଡ

Published By : Prameya-News7 Bureau | December 22, 2018 IST

ରେବାଡ଼ି ୨୨/୧୨ : ୮ ବର୍ଷାର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା ମାମଲାରେ ଅଭିଯୁକ୍ତ ଯୁବକକୁ ଫାଶୀ ଦଣ୍ଡ ଶୁଣାଇଛନ୍ତି ଅଦାଲତ | ହରିୟାଣାର ଅତିରିକ୍ତ ଜିଲ୍ଲା ଦୌରା ଜଜ ନରେଶ କୁମାର ଶୁକ୍ରବାର ୨୨ ବର୍ଷା ବୟସ୍କ ଅଭିଯୁକ୍ତକୁ ଫାଶୀ ଦଣ୍ଡ ଶୁଣାଇଛନ୍ତି | ଘଟଣା ପାଖାପାଖି ୬ ମାସ ପୂର୍ବରୁ ଘଟିଥିଲା |


ଘଟଣା ହରିୟାଣା ରେବାଡ଼ି ଜିଲ୍ଲାର | ମଧ୍ୟପ୍ରଦେଶ ନିବାସୀ ଜଣେ ବ୍ୟକ୍ତି ୬ ମାସ ପୂର୍ବରୁ ରେବାଡ଼ି ଜିଲ୍ଲା ବାଵଲ ଅଂଚଳରେ ଘର ଭଡା ନେଇ ରହୁଥିଲେ | ଗତ ଜୁନ ୮ ତାରିଖରେ ସେ ନିଜ ସ୍ତ୍ରୀଙ୍କ ସହ ଔଷଧ ନେବା ପାଇଁ ଯାଇଥିଲେ | ଘରେ ତାଙ୍କର ୮ ବର୍ଷାର ଝିଅ ଏକା ଥିଲେ | ଅପରାହ୍ନସେ ସେ ଯେତେବେଳେ ଘରକୁ ଫେରିଲେ ଘରେ ତାଙ୍କର ଝିଅ ନଥିଲା | ବାପା ମା ପାଖାପାଖି ଅଂଚଳରେ ଝିଅକୁ ବହୁତ ଖୋଜାଖୋଜି କରିଥିଲେ | କିନ୍ତୁ ପାଇନଥିଲେ | ଶେଷରେ ସ୍ଥାନୀୟ ପୋଲିସ ଥାନାରେ ସେ ଝିଅ ନିଖୋଜ ଥିବା ନେଇ ଏତଲା ଦେଇଥିଲେ | ପୋଲିସ ଏକ ମାମଲା ରୁଜ୍ଜୁ କରି ଶିଶୁକୁ ଖୋଜିବା ଆରମ୍ଭ କରିଥିଲା |

{"id":66169}

ନିଖୋଜ ଶିଶୁର ପଡୋଶୀରେ ରହୁଥିବା ୨୨ ବର୍ଷା ବୟସ୍କ ସନ୍ନିକୁ ପୋଲିସ ପଚରାଉଚୁରା କରିଥିଲା | ସନ୍ନିର ଘର ଉତ୍ତର ପ୍ରଦେଶରେ | ସେ ମଧ୍ୟ ସେଠାରେ ଘର ଭଡା ନେଇ ରହୁଥିଲା | ସନ୍ନି ଉପରେ ପୋଲିସ ଆଶଙ୍କା କରି ତାକୁ ଜେରା କରିଥିଲା | ପୋଲିସର ଜେରା ବେଳେ ସନ୍ନି ନିଜ ଦୋଷ ସ୍ୱୀକାର କରିଥିଲା | ସେ କହିଥିଲା ଯେ, ଘରେ କେହିନଥିବାବେଳେ ସେ ଶିଶୁକୁ ଘରୁ ଉଠାଇ ନେଇଥିଲା | ଏହାପରେ ଶିଶୁ ସହ ଦୁଷ୍କର୍ମ କରି ତାଙ୍କୁ ହତ୍ୟା କରିଥିଲା | ପୋଲିସ ହାତରେ ଧରା ପଡିବା ଆଶଙ୍କାରେ ସେ ଶିଶୁକୁ ହତ୍ୟା କରିଦେଇଥିବା ସ୍ୱୀକାର କରିଥିଲା |

ପୋଲିସ ଏହାପରେ ସନ୍ନିରେ ଘରେ ଖୋଜାଖୋଜି କରିଥିଲା | ସନ୍ନିର ଆଲମିରାରୁ ପୋଲିସ ଶିଶୁର ମୃତଦେହ ଜବତ କରିଥିଲା | ଶିଶୁର ହାତ ଗୋଡ ଓ ମୁହଁ ବନ୍ଧା ହୋଇଥିଲା | ପୋଲିସ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ସନ୍ନିକୁ ଗିରଫ କରି ପୋକସୋ ଆକ୍ଟରେ ମାମଲା ରୁଜ୍ଜୁ କରିଥିଲା | ଅଭିଯୁକ୍ତର ଦୋଷ ସାବ୍ୟସ୍ତ ହେବା ପରେ ଅଦାଲତ ତାକୁ ଫାଶୀ ଦଣ୍ଡ ଶୁଣାଇଥିଲେ | ନାବାଳିକା ଶିଶୁକୁ ଦୁଷ୍କର୍ମ ଓ ହତ୍ୟା କରିଥିବା ମାମଲାରେ ଦୋଷୀକୁ ଫାଶୀ ଦଣ୍ଡ ଶୁଣାଇଥିବା ରେବାଡ଼ିରେ ଏହା ପ୍ରଥମ ଘଟଣା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.