ନାବାଳିକାକୁ ଅପହରଣ କରି ଦୁଷ୍କର୍ମ ଉଦ୍ୟମ
15/01/2019 at 10:11 AM

ମାହାଙ୍ଗା ୧୫|୧: କଟକ ଜିଲ୍ଲା ମାହାଙ୍ଗା ଥାନା ନଡ଼ିଆ ସାହାସପୁର ଗାଁରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ୧୬ ବର୍ଷର ନାବାଳିକାକୁ ସେହି ଗାଁର ଜଣେ ଯୁବକ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଗତ ୧୧ ତାରିଖ ରାତିରେ ନାବାଳିକାକୁ ତୋର ବାପା ବାଲିଚନ୍ଦ୍ରପୁର ଠାରେ ଦୁର୍ଘଟଣା ଗ୍ରସ୍ତ ହୋଇଛନ୍ତି, କହି ଘରୁ ନେଇଯାଇ କେନ୍ଦୁଝର ବଡ଼ବିଲକୁ ନେଇଯାଇଥିଲା। ପରେ ଏକ ନିର୍ଜନ ଘରେ ରଖି ମାରପିଟ୍ କରିବା ସହ ଜୋରଜବରଦସ୍ତ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିବା ବେଳେ ନାବାଳିକା ଜଣଙ୍କ କୌଶଳକ୍ରମେ ସେଠାରୁ ଖସି ପଳାଇଆସିଥିଲା । ସ୍ଥାନୀୟ ଲୋକତାଙ୍କୁ ଉଦ୍ଧାର କରିଥିବା ବେଳେ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲା । ଘଟଣାସ୍ଥଳରେ ପରିବାର ଲୋକେ ପହଞ୍ଚି ଝିଅକୁ ଉଦ୍ଧାର କରିବା ସହ ଏ ନେଇ ମାହାଙ୍ଗା ଥାନାରେ ଅଭିଯୋଗ କରିଛନ୍ତି ।
Related Posts
ଗଛରେ ଝୁଲୁଛି ମୃତଦେହ, ମୃତକଙ୍କ ପରିଚୟ ଓ ମୃତ୍ୟୁର କାରଣ ଅସ୍ପଷ୍ଟ
29 January 2023
ଯୁବକଙ୍କ ଗଳିତ ମୃତଦେହ ଠାବ, ପୋଲିସ କରୁଛି ତଦନ୍ତ
29 January 2023