ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ, ନ୍ୟାୟ ପାଇଁ ଏସଡିପିଓଙ୍କୁ ଭେଟିଲେ ବାପା-ମା’

Published By : Prameya-News7 Bureau | April 08, 2023 IST

କେନ୍ଦ୍ରାପଡା ୮।୪: କେନ୍ଦ୍ରାପଡା ଜିଲ୍ଲା ଜମ୍ବୁ ମେରାଇନ୍ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ ହୋଇଛି । ଏ ନେଇ ନାବାଳିକାଙ୍କ ପରିବାର ଲୋକେ ଥାନାରେ ଦୁଇଟି ଭିନ୍ନ ଭିନ୍ନ ଏତଲା ଦେଇଛନ୍ତି ।

{"id":769838,"width":738,"height":420,"sizeSlug":"full","linkDestination":"none"}

ଅଭିଯୋଗ ଅନୁଯାୟୀ, ମାର୍ଚ୍ଚ ୩୧ ତାରିଖ ଦିନ ନାବାଳିକା ଜଣଙ୍କ ଜମ୍ବୁର ଏକ ବ୍ୟାଙ୍କ୍ କୁ କୌଣସି କାମରେ ଯାଇଥିଲେ । ଘରକୁ ନଫେରିବାରୁ ପରିବାର ଲୋକେ ଝିଅ ନିଖୋଜ ହେବା ନେଇ ଥାନାରେ ଅଭିଯୋଗ କରିଥିଲେ । ତେବେ ଅପ୍ରେଲ ୪ ତାରିଖ ରାତି ୧୦ଟାରେ ନିଜ ଗାଁର ବାବୁଲାଲ ପାଳ ନାମକ ଜଣେ ଯୁବକ ନାବାଳିକାକୁ ତାଙ୍କ ଘର ପାଖରେ ଛାଡି ଦେଇ ଯାଇଥିଲା । ପରେ ନାବାଳିକାଙ୍କ ପରିବାର ପକ୍ଷରୁ ଝିଅ ସହିତ ଦୁଷ୍କର୍ମ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । ତେବେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ନେଇ ନାବାଳିକାଙ୍କ ବାପା-ମା’ କେନ୍ଦ୍ରାପଡା ଏସଡିପିଓଙ୍କୁ ଭେଟି ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.