ଜଳିଗଲା ବାସନ ବୋଝେଇ ମିନିଟ୍ରକ, ଲକ୍ଷାଧିକ ଟଙ୍କାର ସାମାଗ୍ରୀ ନଷ୍ଟ

Published By : Prameya-News7 Bureau | October 26, 2022 IST

ସମ୍ୱଲପୁର ୨୫/୧୦: ମିନିଟ୍ରକରେ ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଂକାର ସାମଗ୍ରୀ । ରେଢାଖୋଲ ଥାନା ନିକଟ କଇଥସାହିରେ ଘଟିଛି ଏହି ଘଟଣା । ସୂଚନା ଅନୁସାରେ ରେଢ଼ାଖୋଲ ଥାନାରୁ ମାତ୍ର ୨୦୦ ମିଟର ଦୂରରେ ଥିବା କଇଥ ସାହିର ମସଜିଦ ପାଖରେ ଜଣେ ବ୍ୟବସାୟୀଙ୍କ ଏକ ମିନିଟ୍ରକ ରେ ଲକ୍ଷାଧିକ ଟଙ୍କାର କଂସା, ପିତଳ, ଷ୍ଟିଲ, ତମ୍ବା ସାମଗ୍ରୀ ବୋଝେଇ ହୋଇ ରହିଥିଲା ।

ସବୁଦିନ ପରି ହାଟ ସାରି ସମାନ ବୋଝେଇ ସହ ଟ୍ରକକୁ ସୁରକ୍ଷିତ ଭାବରେ ରଖି ଘରକୁ ବ୍ୟବସାୟୀ ଜଣକ ଯାଇଥିଲେ । ହଠାତ୍ ବିଳମ୍ବିତ ରାତିରେ ଗାଡ଼ି ନିଆଁ ଲାଗିଯାଇଥିଵା ଖବର ପାଇ ଆସିଥିଲେ । ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ । ତଥାପି ପ୍ରାୟ ୧୦ ଲକ୍ଷ ଟଙ୍କା କ୍ଷତି ହୋଇଛି । କେହି ଜାଣି ଏମିତି ନିଆଁ ଲଗାଇଥିବା ଥାନା ରେ ଅଭିଯୋଗ କରିଛନ୍ତି ବ୍ୟବସାୟୀ ନୃସିଂହ ନାଥ ନାୟକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.