ପାକିସ୍ତାନର ସବୁଠାରୁ କମ୍‌ ବୟସ୍କା ପାଇଲଟ୍‌, ମାତ୍ର ୧୮ ବର୍ଷରେ ଉଡାଇଲେ ବିମାନ, ବର୍ଷକରେ ପାସ୍‌ କଲେ ୧୩ ପରୀକ୍ଷା

Published By : Prameya-News7 Bureau | July 18, 2025 IST

ନୂଆଦିଲ୍ଲୀ ୧୮।୦୭: ସାଧାରଣତଃ ପାକିସ୍ତାନ କୌଣସି ନା କୌଣସି ଖରାପ କାରଣରୁ ରହିଥାଏ ଚର୍ଚ୍ଚାରେ । କିନ୍ତୁ ପ୍ରଥମଥର ପାକିସ୍ତାନରୁ ସାମ୍ନାକୁ ଆସୁଛି ଏକ ବଡ ଖବର । ଜଣେ ୧୮ ବର୍ଷୀୟ ଯୁବତୀ । ପାକିସ୍ତାନର ପୁରୁଷପ୍ରଧାନ ସମାଜକୁ ଦେଇଥିଲେ ଚ୍ୟାଲେଞ୍ଜ । ଆଉ ନିଜର ଲକ୍ଷ୍ୟ ହାସଲ କରିଛନ୍ତି । ଯୁବତୀ ଜଣକ ହେଉଛନ୍ତି ମିନେଲ ଫାରୁକି । ସେ ହୋଇଛନ୍ତି ପାକିସ୍ତାନର ସବୁଠାରୁ କମ ବୟସ୍କ କମର୍ସିଆଲ ମହିଳା ପାଇଲ । ମିନେଲ ମାତ୍ର ୧୮ ବର୍ଷ ବୟସରେ ନିଜ ସ୍ବପ୍ନ ପୂରଣ କରିଛନ୍ତି । 

ସେ ପାକିସ୍ତାନର ସବୁଠାରୁ କମ୍‌ ବୟସ୍କା କମର୍ସିଆଲ୍‌ ପାଇଲଟ୍‌ ହୋଇ ଯାଇଛନ୍ତି । ମିନେଲ୍‌ ତାଙ୍କ ସଫଳତାକୁ ନେଇ କହିଛନ୍ତି କି ଉଡାଣର ସୌକ୍‌ ତାଙ୍କର ପିଲାଦିନରୁ ରହିଛି । ମିନେଲଙ୍କ ଅନୁସାରେ, ଉଡ଼ାଣର ସଉକ ମୋ ଡିଏନଏରେ ଥିଲା।  ପିଲାଦିନରୁ ହିଁ ପ୍ଲେନ୍‌ ଦେଖିବା ମାତ୍ରେ ହିଁ ମୋର କୌତୁହଳ ବଢ଼ି ଯାଉଥିଲା । ମୋ ଘର କରାଚୀ ରନୱେର ବହୁତ ପାଖରେ । ମୁଁ ପିଲାଦିନରୁ ବିମାନ ଉଡ଼ାଣ ଏବଂ ଅବତରଣ ଦେଖୁଛି । ମୁଁ ଜାଣିଥିଲି ଯେ ମୁଁ ବଡ଼ ହେଲେ ମୋତେ ମଧ୍ୟ ପାଇଲଟ ହେବାକୁ ପଡିବ। ତେଣୁ ମୁଁ ଜୋରଦାର୍‌ କରିଥିଲି ପ୍ରୟାସ । 

ଖବର ଅନୁଯାୟୀ, ପାକିସ୍ତାନର ସବୁଠାରୁ କମ ବୟସ୍କ କମର୍ସିଆଲ ପାଇଲଟ ହୋଇଥିବା ମିନେଲ ମାତ୍ର ବର୍ଷକ ମଧ୍ୟରେ ୧୩ଟି ବିମାନ ଚଳାଚଳ ପରୀକ୍ଷା ପାସ କରିଛନ୍ତି । ଏହା ଉପରେ ମିନେଲ କୁହନ୍ତି ଯେ କେବଳ ଝିଅମାନଙ୍କୁ ନୁହେଁ ବରଂ ସମସ୍ତଙ୍କ ପାଇଁ ମୋର ବାର୍ତ୍ତା ହେଉଛି ଯେ ଯଦି ତୁମର କୌଣସି ଜିନିଷ ପ୍ରତି ଆଗ୍ରହ ଅଛି, ତେବେ ନିଶ୍ଚିତ ଭାବରେ ତାହାକୁ ଅନୁସରଣ କର। ତୁମକୁ ପଛରେ ପକାଇବା ପାଇଁ ୧୦୦ ଜଣ ଲୋକ ରହିବେ। ପୁରୁଷ-ପ୍ରଧାନ ନୁହେଁ, ଏପରି ବୃତ୍ତିରେ ମଧ୍ୟ ଅନେକ ଲୋକ ରହିବେ ଯେଉଁମାନେ ତୁମକୁ ଆଗକୁ ବଢ଼ିବାରୁ ବାଧା ଦେବେ।

ମିନେଲ ଫାରୁକି ବର୍ତ୍ତମାନ ଏକ ଏୟାର ଆମ୍ବୁଲାନ୍ସ ପରିଚାଳନା କରନ୍ତି । ମିନେଲଙ୍କ ଅନୁସାରେ, ଉଡ଼ାଣ ସହିତ ଜଡିତ ସବୁକିଛି କରିବା ମୋ ଜୀବନର ସବୁଠାରୁ ବଡ଼ ଲକ୍ଷ୍ୟ । ଏୟାର ଆମ୍ବୁଲାନ୍ସ ମାଧ୍ୟମରେ ତୁମେ ମଣିଷ ଜୀବନ ମଧ୍ୟ ରକ୍ଷା କର । ଏହା କେବଳ ଏକ ଦାୟିତ୍ୱପୂର୍ଣ୍ଣ ଚାକିରି ନୁହେଁ ବରଂ ଏକ ଗର୍ବର କାମ । ମିନେଲ ଜଣେ ଏୟାରଲାଇନ୍ସ ଟ୍ରାନ୍ସପୋର୍ଟ ପାଇଲଟ ହେବାର ସ୍ବପ୍ନ ଦେଖୁଛନ୍ତି । ଆଉ ଖୁବ୍‌ଶୀଘ୍ର ଏହାକୁ ପୂରଣ କରିବାକୁ ଥିବା ସେ କହିଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.