୧୯୭୧ ପରେ ପ୍ରଥମ, ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ରାଜ୍ୟଗୁଡ଼ିକୁ ମକ୍‌ଡ୍ରିଲ୍ ପାଇଁ ନିର୍ଦ୍ଦେଶ

Published By : Prameya-News7 Bureau | May 05, 2025 IST

ନୂଆଦିଲ୍ଲୀ: ବଢିଲା ଯୁଦ୍ଧ ଆଶଂକା । ଯୁଦ୍ଧ ପାଇଁ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଛି । ଭାରତ-ପାକିସ୍ତାନ ମଧ୍ୟରେ ପ୍ରବଳ ଉତ୍ତେଜନା ଗୃହ ମନ୍ତ୍ରଣାଳୟ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି । ରାଜ୍ୟଗୁଡ଼ିକୁ ମକଡ୍ରିଲ୍ କରିବା ପାଇଁ ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ଜାରି କରିଛି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁସାରେ ରାଜ୍ୟଗୁଡ଼ିକ ମେ ୭ରେ ପ୍ରଭାବୀ ଢଙ୍ଗରେ ନାଗରିକଙ୍କ ସୁରକ୍ଷା ପାଇଁ ମକ ଡ୍ରିଲ୍ ଆୟୋଜନ କରିବେ । ପହଲଗାମ ଆତଙ୍କୀ ଆକ୍ରମଣ ପରେ କେନ୍ଦ୍ର ଦ୍ୱାରା ଜାରି ଏହି ନିର୍ଦ୍ଦେଶ ବର୍ତ୍ତମାନ ସମୟରେ ଅଧିକ ଗୁରୁତ୍ୱ ରଖୁଛି । ଆତଙ୍କବାଦୀ ଆକ୍ରମଣ ପରଠୁ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମରେ ରହିଛି । ଯୁଦ୍ଧର ସମ୍ଭାବନାକୁ ବି ଏଡାଇ ଦିଆ ନଯାଇପାରେ । ଉଲ୍ଲେଖଯୋଗ୍ୟ ଯେ ଶେଷ ଥର ପାଇଁ ୧୯୭୧ରେ ଏଭଳି ଅଭ୍ୟାସ କରାଯାଇଥିଲା । ଉଲ୍ଲେଖଯୋଗ୍ୟ, ଏହି ବର୍ଷ ଭାରତ ଓ ପାକିସ୍ତାନ ମଧ୍ୟରେ ଦୁଇ ମୋର୍ଚ୍ଚାରେ ଯୁଦ୍ଧ ହୋଇଥିଲା ।

ଗୃହ ମନ୍ତ୍ରଣାଳୟ ଦ୍ୱାରା ରାଜ୍ୟଗୁଡ଼ିକୁ ଦିଆଯାଇଥିବା ନିର୍ଦ୍ଦେଶ

  1. ଆକାଶ ମାର୍ଗରୁ ଆକ୍ରମଣ ଚେତାବନୀ ଦେଉଥିବା ସାଇରନର ପରିଚାଳନା
  2. ଶତ୍ରୁ ଆକ୍ରମଣ ସ୍ଥିତିରେ ନିଜକୁ ରକ୍ଷା କରିବା ପାଇଁ ନାଗରିକ ସୁରକ୍ଷା ଦିଗ ଉପରେ ନାଗରିକ, ଛାତ୍ର ଆଦିଙ୍କୁ ପ୍ରଶିକ୍ଷଣ 
  3. ଆକ୍ରମଣ ସ୍ଥିତିରେ କିପରି ନିଜରୁ ରକ୍ଷା କରିବେ ? ସେ ବାବଦରେ ଲୋକଙ୍କୁ ଜଣାଇବା ଓ ପ୍ରତିକ୍ଷଣ ଦେବା
  4. ଗୁରୁତ୍ୱପୂର୍ଣ୍ଣ ପ୍ଲାଣ୍ଟ/ପ୍ରତିଷ୍ଠାନକୁ ଯୁଦ୍ଧ ସମୟରେ ଆକ୍ରମଣରୁ କିପରି ରକ୍ଷା କରିବା ଓ ସଂରକ୍ଷଣ ପ୍ରଦାନ କରିବା
  5. ରେସ୍କୁ ଯୋଜନାର ଆଧୁନିକୀକରଣ ଓ ପୂର୍ବାଭ୍ୟାସ କରିବା

ଉଲ୍ଲେଖଯୋଗ୍ୟ ଯେ ଏପ୍ରିଲ ୨୨ରେ କାଶ୍ମୀର ପହଲଗାମ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି । ଦୁଇ ଦେଶ ମଧ୍ୟରେ ଚରମ ଉତ୍ତେଜନା ଦେଖିବାକୁ ମିଳୁଛି । ଭାରତ କେତେବେଳେ ବି ଆକ୍ରମଣ କରିପାରେ ଭୟରେ ପାକିସ୍ତନ ଥରହର । ଆତଙ୍କୀ ଘଟଣାରେ ସାମିଲ ଦୋଷୀ ଓ ସେମାନଙ୍କ ପୃଷ୍ଠପୋଷକଙ୍କୁ ମାଟି ମିଶାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ଥର କହିସାରିଲେଣି । ସେପଟେ ଗତ ୧୧ ଦିନ ପାକିସ୍ତାନ ସୀମାରେ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି ।   


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.