scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବୟସ ମାତ୍ର ୧୮ ବର୍ଷ, ୧୬ କଲେଜ୍ରୁ ହେଲେ ରିଜେକ୍ସନ୍‌, ଏବେ ପାଇଲେ Googleରେ ଚାକିରି

14/10/2023 at 2:13 PM

ନୂଆଦିଲ୍ଲୀ ୧୪।୧୦: କୁହାଯାଏ ବିଫଳତାରୁ ମିଳିଥାଏ ସଫଳତା । ଏଥିପାଇଁ ଥକି ନଯାଇ ଆଗକୁ ବଢି ଚାଲିବା ଦରକାର । ଆଉ ଏହି କଥାକୁ ସତ କରି ଦେଖାଇଛନ୍ତି ଜଣେ ୧୮ ବର୍ଷିୟ ଯୁବକ । ଇଏ ଏମିତି ଜଣେ ଯୁବକ, ଯିଏକି ଟପ୍ପର ହେବା ପରେ ବି ୧୬ କଲେଜରୁ ହୋଇଛନ୍ତି ରିଜେକ୍ଟେ । ଏହା ପରେ ବି ମାନିନଥିଲେ ହାର ।  ରିଜେକ୍ସନ ପରେ ରିଜେକ୍ସନ  ହୋଇଚାଲିଥିଲେ । କିନ୍ତୁ ୧୬ ଥର ରିଜେକ୍ଟ ପରେ ଏବେ ସେ ହୋଇଛନ୍ତି ସିଲେକ୍ସନ୍ । ତାଙ୍କୁ ଚାକିରୀ ଦେଇଛି ଗୁଗୁଲ୍ । ଏହି ଯୁବକ ଜଣକ ହେଉଛନ୍ତି ଷ୍ଟେନ୍‌ଲି ଝୋଙ୍ଗ୍‌  । ଆମେରିକାର ପାଲାଓ ଅଲ୍‌ଟୋର ୧୮ ବର୍ଷିୟ ଷ୍ଟେନ୍‌ଲି ଚଳିତ ବର୍ଷ ଗୁନ୍‌ ହାଇସ୍କୁଲ୍‌ରୁ ପାସ୍‌ କରିଥିଲେ ।

  ‘ସ୍କୋଲାଟିକ୍‌ ଆସେସ୍‌ମେଣ୍ଟ୍‌ ଟେଷ୍ଟ୍‌’(SAT)ରେ ସେ ୧୬୦୦ ନମ୍ବରରୁ ରଖିଥିଲେ ୧୫୯୦ ନମ୍ବର । ଏହାପରେ ସଫୋମୋର୍‌ ଇୟର୍‌ରେ ନିଜର ନୂଆ କମ୍ପାନି ‘ରାବିଟ୍‌ସାଇନ୍‌’ ଆରମ୍ଭ କରିଥିଲେ ବି ଉଚ୍ଚ ଶିକ୍ଷା ନିମନ୍ତେ ସେ ୧୮ଟି କଲେଜରେ ଆବେଦନ କରିଥିଲେ । ଏଥିମଧ୍ୟରୁ ୧୬ଟି କଲେଜ୍ ତାଙ୍କ ଆବେଦନପତ୍ର ଖାରଜ କରିଥିଲେ । କେବଳ ଷ୍ଟେନ୍‌ଲି ନୁହନ୍ତି, ତାଙ୍କ ପରି ହଜାର ହଜାର ଶିକ୍ଷାର୍ଥୀଙ୍କ ଆବେଦନପତ୍ର ଖାରଜ ହୋଇଥିଲା ।

ସେ ‘ମାସାଚ୍ୟୁସେଟ୍‌ସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି’, ‘କାର୍ଣ୍ଣିଜି ମେଲୋନ୍‌‘ ଓ ‘ଷ୍ଟାନ୍‌ଫୋର୍ଡ’ ସମେତ ୧୬ଟି କଲେଜ୍‌ ଆଡ୍‌ମିସନ୍‌ କରିବାକୁ ଆପ୍ଲାଇ କରିଥିଲେ । କିନ୍ତୁ ଏଥିରୁ ହୋଇଥିଲେ ରିଜେକ୍ଟ । ଶେଷରେ ଷ୍ଟେନଲି ନିରାଶ ହେବା ପରେ ‘ଗୁଗଲ୍‌’ରେ ଜଣେ ସଫ୍ଟୱେର୍‌ ଇଞ୍ଜିନିୟର୍‌ ଭାବେ ଚାକିରି ପାଇଲେ । ଚଳିତ ସପ୍ତାହରେ ସେ ଏହି ନୂଆ ଚାକିରିରେ ଯୋଗ ଦେଇଛନ୍ତି ।

ରିପୋର୍ଟ ଅନୁଯାୟୀ ଚଳିତ ଗ୍ରୀଷ୍ମଋତୁରେ ସୁପ୍ରିମକୋର୍ଟଙ୍କ କଟକଣା ଯୋଗୁଁ ଇଚ୍ଛା ଥିଲେ ‌ବି ଅନେକ ଶିକ୍ଷା ପ୍ରତିଷ୍ଠାନ ଷ୍ଟେନ୍‌ଲିଙ୍କ ପରି ହଜାର ଜହାର ଶିକ୍ଷାର୍ଥୀଙ୍କୁ ନାଁ ଲେଖାଇ ଦେଇ ପାରିଲେ ନାହିଁ ।କଲେଜ୍‌ ଆଡମିସନ୍‌ରେ ବିଶ୍ୱବିଦ୍ୟାଳୟ ପଦ୍ଧତି ଲାଗୁ କରିବା ପାଇଁ ସୁପ୍ରିମକୋର୍ଟଙ୍କ ଏଭଳି ପଦକ୍ଷେପ ଯୋଗୁଁ ଷ୍ଟେନଲିଙ୍କ ପରି ଅନେକ ଶିକ୍ଷାର୍ଥୀମାନେ ଅସୁବିଧାରେ ପଡ଼ିଛନ୍ତି ।

କେବଳ ଟେକ୍ସାସ୍‌ ଓ ମେରିଲାଣ୍ଡ୍‌ ବିଶ୍ୱବିଦ୍ୟାଳୟ ତାଙ୍କୁ ଆଡ୍‌ମିସନ୍‌ ପାଇଁ ଉପଯୁକ୍ତ ବୋଲି ମନୋନୀତ କରିଥିଲେ । ସେ ଟେକ୍ସାସ୍‌ ବିଶ୍ୱବିଦ୍ୟାଳୟରେ ନାଁ ଲେଖାଇବା ପାଇଁ ପ୍ରସ୍ତୁତି କରୁଥିବା ବେଳେ ‘ଗୁଗଲ୍‌’ରେ ଚାକିରି ମିଳିଯିବାରୁ ସେ ଅଉ ପାଠପଢ଼ା ପ୍ରତି ମନ ବଳାଇଲେ ନାହିଁ ।

You Can Read:

   Related Posts