ଉତ୍ତରପ୍ରଦେଶ ମିରଟର ଏକ ଦୋକାନରେ ତିଆରି ହେଉଛି ବାହୁବଳୀ ସିଙ୍ଗଡ଼ା ଯାହାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ୮ କିଲୋ ଓଜନର ଏହି ସିଙ୍ଗଡ଼ାକୁ ମିରଟ କ୍ୟାଣ୍ଟର ଲାଲକୁର୍ତ୍ତି ଅଞ୍ଚଳରେ ଥିବା କୌଶଳ ସୁଇଟ୍ସ ପକ୍ଷରୁ ପ୍ରସ୍ତୁତ କରାଯାଇଥିଲା। ଦୀପାବଳି ଅବସରରେ ତା’ର ସ୍ପେଶାଲ ଚାହିଦା ରହିଥିଲା। ଜଣେ ଫୁଡ୍ ବ୍ଲଗର ତା’ର ଭିଡିଓକୁ ସେୟାର କରିବା ପରେ ତାହା ଏବେ ଭାଇରାଲ୍ ହେଉଛି। ଦୋକାନର ମାଲିକ ଉଜ୍ଜ୍ୱଳ କୌଶଲଙ୍କ ଅନୁସାରେ, ୮ କିଲୋର ସିଙ୍ଗଡ଼ା ବନାଇବା ଲାଗି ପୂରା ୫ ଘଣ୍ଟା ସମୟ ଲାଗିଥାଏ । ସେଥିମଧ୍ୟରୁ ଦେଢ଼ ଘଣ୍ଟା କେବଳ ତାକୁ ଭାଜିବାରେ ଯାଇଥାଏ । ସାଧାରଣ ସିଙ୍ଗଡ଼ାକୁ ଝାଞ୍ଜରା ଦ୍ୱାରା ତେଲରେ ଏପଟ ସେପଟ କରି ଭଜାଯାଇଥାଏ । କିନ୍ତୁ ଏହି ସିଙ୍ଗଡ଼ାର ଆକାର ଖୁବ୍ ବଡ଼ ଥିବାରୁ ତାକୁ କଡ଼େଇରେ ଏସଟ ସେପଟ ହୋଇନଥାଏ । ତେଣୁ ତାକୁ ଭାଜିବାକୁ ୩ ଜଣ କାରିଗର ଦରକାର ପଡ଼ନ୍ତି ।
wp:html/wp:htmlAfter all the Diwali sweets, my wife has ordered me to eat not more than one samosa today…… pic.twitter.com/WjuRObFD0T
— Harsh Goenka (@hvgoenka) October 26, 2022
ସେମାନେ ଲଗାତର ସିଙ୍ଗଡ଼ା ଉପରୁ ରିଫାଇନ୍ ତେଲ ଢାଳି ଚାରିପଟୁ ଭାଜିଥାନ୍ତି। ସିଙ୍ଗଡ଼ା ପ୍ରସ୍ତୁତି ଲାଗି ସାଢ଼େ ୩ କିଲୋ ମଇଦା ଲାଗିଥିବାବେଳେ ଅଢ଼େଇ କିଲୋ ଆଳୁ, ଦେଢ଼ କିଲୋ ମଟର, ଅଧ କିଲୋରୁ ଊଦ୍ଧ୍ୱର୍ ପନିର ବ୍ୟବହାର ହୋଇଥାଏ। ଏଥିସହିତ ଅଧ କିଲୋରୁ ଊଦ୍ଧ୍ୱର୍ କାଜୁ, କିସମିସ୍, ତରଭୁଜ ମଞ୍ଜି ଭଳି ଡ୍ରାଇଫୁଟ ପକାଯାଇଥାଏ। କିଛି ମସଲା ବି ବ୍ୟବହାର ହୁଏ। ଏହାକୁ ବନାଇବାରେ ମୋଟ ୧୧୦୦ ଟଙ୍କା ଖର୍ଚ୍ଚ ହେବ। ୮ କିଲୋର ଏହି ସିଙ୍ଗଡ଼ାକୁ ୩୦ ଜଣ ଲୋକ ଆରାମରେ ଖାଇପାରିବେ। ଦୀପାବଳି ଦିନ ପ୍ରଥମେ ପ୍ରସ୍ତୁତ ହୋଇଥିବା ବାହୁବଳୀ ସିଙ୍ଗଡ଼ାକୁ ୧୫୦ ଜଣଙ୍କ ମଧ୍ୟରେ ବଣ୍ଟା ଯାଇଥିଲା। ଆଗକୁ କୌଶଳ ସୁଇଟ୍ସ ୧୦ କିଲୋର ସିଙ୍ଗଡ଼ା ବନାଇବାକୁ ପ୍ରସ୍ତୁତ ହେଉଛି।
ସେଥିରେ ୬ କିଲୋରୁ ଊଦ୍ଧ୍ୱର୍ ମଇଦା ବ୍ୟବହାର କରାଯିବାକୁ ଥିବାବେଳେ ସେଥିପାଇଁ ୧୫୦୦ ଟଙ୍କା ଖର୍ଚ୍ଚ ହେବ। ସେହିପରି ୧୦ କିଲୋର ସିଙ୍ଗଡ଼ାକୁ ଅଧ ଘଣ୍ଟାରେ ଯିଏ ଖାଇଦେବେ ତାଙ୍କୁ ୫୧ ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି ଉଜ୍ଜ୍ୱଳ କହିଛନ୍ତି । ଅନ୍ୟପଟେ ଭିଡିଓ ଦେଖିବା ପରେ ଏହି ସିଙ୍ଗଡ଼ାର ଚାହିଦା ବଢ଼ିବାରେ ଲାଗିଛି । ବିଭିନ୍ନ ଆଡୁ ଏଥିଲାଗି ଅର୍ଡର ଆସୁଛି । ୧୦ କିଲୋର ସିଙ୍ଗଡ଼ା ସହିତ ୫ କିଲୋର ଜିଲାପି ତିଆରି କରିବାକୁ ସେମାନଙ୍କର ଟାର୍ଗେଟ୍ ରହିଛି ।