AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା:୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସର ହାତ ଖାଲି
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

ଲଙ୍କାରେ ମହାବିପତ୍ତି, ଔଷଧ ପାଇଁ ହାହାକାର: ସୋସିଆଲ ମିଡିଆରେ ସହାୟତା ମାଗୁଛନ୍ତି ଡାକ୍ତର

14/07/2022 at 2:25 PM

ନୂଆଦିଲ୍ଲୀ ୧୪/୦୭: ଋଣ ଜାଲରେ ଫସି ଇତିହାସର ସବୁଠାରୁ ବଡ଼ ଆର୍ଥିକ ସଂକଟର ସାମ୍ନା କରୁଥିବା ଶ୍ରୀଲଙ୍କାରେ ଇନ୍ଧନ ଏବଂ ଖାଦ୍ୟ ସମେତ ଅନ୍ୟାନ୍ୟ ଦୈନନ୍ଦିନ ସାମଗ୍ରୀର ବଡ଼ ଅଭାବ ଦେଖାଦେଇଛି । ଲୋକଙ୍କ ଅବସ୍ଥା ବେହାଲ । ଖାଦ୍ୟ ଏବଂ ଇନ୍ଧନ ବ୍ୟତୀତ ଔଷଧ ଅଭାବ ଏକ ବଡ଼ ଧରଣର ସ୍ୱାସ୍ଥ୍ୟ ସଂକଟକୁ ଡାକି ଆଣିଲାଣି ।

ଏହି ଦ୍ୱୀପ ଦେଶ ନିକଟରେ ଅତ୍ୟାବଶ୍ୟକ ଔଷଧର ଘୋର ଅଭାବ ଦେଖାଦେଇଛି । ଆର୍ଥିକ ବିଡ଼ମ୍ବନା ସହିତ ସ୍ୱାସ୍ଥ୍ୟ ସଂକଟ ଯୋଗୁ ଏବେ ଡାକ୍ତରମାନେ ସୋସିଆଲ ମିଡିଆରେ ସାହାଯ୍ୟ ପାଇଁ ଗୁହାର ଲଗାଇଲେଣି । ଶ୍ରୀଲଙ୍କାର ବୈଦେଶିକ ମୁଦ୍ରା ଭଣ୍ଡାର ପ୍ରାୟ ଶେଷ ହୋଇଗଲାଣି । ଇନ୍ଧନ ଏବଂ ଖାଦ୍ୟ ଭଳି ଜରୁରୀ ସାମଗ୍ରୀ ଆମଦାନି ପାଇଁ ଟଙ୍କା ନାହିଁ ।

ଏଭଳି ସ୍ଥିତିରେ ଔଷଧ ଅଭାବ ଏକ ବଡ଼ ସମସ୍ୟା ସୃଷ୍ଟି କରିଛି ଏବଂ ଦେଶ ଆଗରେ ସାର୍ବଜନିକ ସ୍ୱାସ୍ଥ୍ୟ ସଂକଟ ଛିଡ଼ା ହୋଇଗଲାଣି । ଯଦି ବି ଲୋକଙ୍କ ପାଖରେ ଟଙ୍କା ଥାଏ ଔଷଧ ମିଳିବା କଷ୍ଟକର । ଆର୍ଥିକ ଏବଂ ରାଜନୈତିକ ଅସ୍ଥିରତାର ଶିକାର ଶ୍ରୀଲଙ୍କାରେ ସ୍ୱାସ୍ଥ୍ୟ ସଂକଟ ଅଧିକ ଘନେଇବାର ଆଶଙ୍କା ରହିଛି । ଔଷଧ ଯୋଗାଣକୁ ବଜାୟ ରଖିବା ପାଇଁ କେତେକ ଡାକ୍ତର ସୋସିଆଲ ମିଡିଆରେ ଗୁହାରି କରିଛନ୍ତି ।

ବିଦେଶରେ ରହୁଥିବା ଶ୍ରୀଲଙ୍କା ନାଗରିକଙ୍କଠାରୁ ସହାୟତା ଲୋଡ଼ିଛନ୍ତି । ବର୍ତ୍ତମାନ ସ୍ଥିତିରେ ଲୋକଙ୍କୁ ଅଧିକ ସତର୍କ ରହିବା ପାଇଁ କୁହାଯାଉଛି । ଦେଶରେ ଔଷଧ ଅଭାବ ପରିସ୍ଥିତିରେ ରୋଗରୁ ଦୂରେଇ ରହିବା ଲାଗି ସବୁ ପ୍ରକାର ସାବଧାନତା ଆପଣାଇବା ପାଇଁ ଏମାନଙ୍କୁ ଡାକ୍ତରମାନେ ଆହ୍ୱାନ ଦେଇଛନ୍ତି ।
ପରିସ୍ଥିତିର ଗଭୀରତାକୁ ଏକ ୧୫ ବର୍ଷର ଝିଅ ହସିନି ବାସ୍‌ନାର କାହାଣୀରୁ ମପାଯାଇପାରିବ ।

ଏହି ଝିଅଟିର କିଡ୍‌ନୀକୁ ୯ ମାସ ତଳେ ପ୍ରତିରୋପରଣ କରାଯାଇଥିଲା ଏବଂ ଜୀବନକାଳ ପାଇଁ ହସିନିକୁ ଏକ ଜରୁରୀ ଔଷଧର ଆବଶ୍ୟକତା ରହିଛି । କିନ୍ତୁ ଝିଅଟିକୁ ହସ୍ପିଟାଲରୁ ଟେକ୍ରୋଲିମସ୍‌ ନାମକ ଔଷଧ ମିଳିପାରୁନାହିଁ । ହସିନିର ବଡ଼ ଭଉଣୀ କୁହନ୍ତି ଯେ, ହସ୍ପିଟାଲ ତରଫରୁ ସେମାନଙ୍କୁ କୁହାଯାଇଛି ଯେ, ଏହି ଟାବ୍‌ଲେଟ୍‌ ହସିନିକୁ ପୁଣି ଥରେ କେବେ ମିଳିବ ତାହା କହିହେବ ନାହିଁ । ଏହିଭଳି ଭାବେ ଦେଶରେ ଅନେକ ଗମ୍ଭୀର ରୋଗୀ ଅଛନ୍ତି, ଯେଉଁମାନଙ୍କ ଅବସ୍ଥା ବେହାଲ ।

ଶ୍ରୀଲଙ୍କା ମେଡିକାଲ ଆସୋସିଏସନ୍‌ର ଅଧ୍ୟକ୍ଷ କୁହନ୍ତି ଯେ, ଯଦି ପରିସ୍ଥିତିରେ ତୁରନ୍ତ ସୁଧାର ନ ଆସେ ତେବେ ଡାକ୍ତରମାନେ କେଉଁ ରୋଗୀଙ୍କ ଚିକିତ୍ସା କରିବେ ତାହା ସ୍ଥିର କରିବା ପାଇଁ ବାଧ୍ୟ ହେବେ । ଆମେରିକା, ଜାପାନ ଏବଂ ଭାରତ ସମେତ ଅନ୍ୟାନ୍ୟ ଦେଶ ଆର୍ଥିକ ଏବଂ ଅନ୍ୟାନ୍ୟ ସହାୟତା ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ବିଶ୍ୱ ବ୍ୟାଙ୍କ, ଏସିଆନ୍‌ ଡେଭେଲପ୍‌ମେଣ୍ଟ ବ୍ୟାଙ୍କ ଏବଂ ଅନ୍ୟ ଏଜେନ୍ସିଗୁଡ଼ିକ ମଧ୍ୟ ସହାୟତା ପ୍ରଦାନ କରିବାକୁ ଭରସା ଦେଇଛନ୍ତି ।

   Related Posts