ପୋଲିସ ଗୁଳିରେ ବିବେକ ତିୱାରୀ ମୃତ୍ୟୁ ଘଟଣା : ମାୟାବତୀ କହିଲେ" ମୁଁ ଯଦି ମୁଖ୍ୟମନ୍ତ୍ରୀ ହେଇଥାନ୍ତି ତା'ହେଲେ.....

Published By : Prameya-News7 Bureau | October 01, 2018 IST

ଲକ୍ଷ୍ନୌ ୧/୧୦ : ଉତ୍ତର ପ୍ରଦେଶ ପୋଲିସ ଗୁଳିରେ ଏପଲ କମ୍ପାନୀର ସେଲସ ମ୍ୟାନେଜର ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରିଛନ୍ତି ବହୁଜନ ସମାଜ ପାର୍ଟିର ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ | ମାୟାବତୀ ଏ ସଂକ୍ରାନ୍ତରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଯଦି ସେ ମୁଖ୍ୟମନ୍ତ୍ରୀ ଥାନ୍ତେ ତାହେଲେ ଅଭିଯୁକ୍ତ ପୋଲିସ କନେଷ୍ଟବଳ ବିରୋଧରେ ପ୍ରଥମେ କାର୍ଯ୍ୟାନୁଷ୍ଠାନ ନେଇଥାନ୍ତି ଓ ପରେ ବିବେକ ତିୱାରୀଙ୍କ ପରିବାରକୁ ଭେଟାଇଥାନ୍ତି | ଯୋଗୀ ଆଦିତ୍ୟନାଥ ଯେମିତି କରୁଛନ୍ତି ସେମିତି କେବେ କରିନଥାନ୍ତି | ଯୋଗୀ ଆଦିତ୍ୟନାଥଙ୍କ ସରକାର ଅମଳରେ ଉତ୍ତର ପ୍ରଦେଶରେ ବ୍ରାହ୍ମଣଙ୍କ ଉପରେ ଶୋଷଣ ହେବା ସହ ହତ୍ୟା ଘଟଣା ବୃଦ୍ଧି ପାଇବାରେ ଲାଗିଛି ବୋଲି ମାୟାବତୀ କହିଛନ୍ତି | [gallery ids="46769"] ସୂଚନାଯୋଗ୍ୟ ଯେ, ମୃତ ସେଲ୍ସ ମ୍ୟାନେଜର ବିବେକ ତିୱାରୀଙ୍କ ପତ୍ନୀ ଓ ପରିବାର ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ତାଙ୍କ ସରକାରୀ ବାସଭବନରେ ସାକ୍ଷାତ କରିଛନ୍ତି | ସାକ୍ଷାତ ପରେ ମୃତ ବିବେକଙ୍କ ବିଧବା ପତ୍ନୀ କଳ୍ପନା ତିୱାରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ତାଙ୍କ ଦୁଃଖ ଗଭୀରତାର ସହ ଶୁଣି ସାହାଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି | ରାଜ୍ୟ ସରକାରଙ୍କ ଉପରେ ତାଙ୍କର ପୂର୍ବରୁ ଆସ୍ଥା ଥିଲା | କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ପରେ ସେ ଆସ୍ଥା ଆହୁରି ବଢିଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.