ନୋଏଡା : ଉତ୍ତର ପ୍ରଦେଶର ମୈନପୁରୀର ସାଂସଦ ଡିମ୍ପଲ ଯାଦବଙ୍କ ଉପରେ ମନ୍ତବ୍ୟ ଦେଇଥିବା ମୌଲାନା ସାଜିଦ୍ ରଶିଦିଙ୍କୁ ମାଡ଼ ମାରିବା ଭିଡ଼ିଓ ସାମ୍ନାକୁ ଆସିଛି। ଏହି ଭିଡ଼ିଓ ନୋଏଡାର ଏକ ନ୍ୟୁଜ୍ ରୁମ୍ ଟିଭି ଷ୍ଟୁଡିଓର। ଭିଡ଼ିଓରେ ନଜର ଆସୁଛି ଯେ, ମୌଲାନା ଠିଆ ହେଉଛନ୍ତି, ସେତେବେଳେ କିଛି ଆଗକୁ ବଢୁଛନ୍ତି ଏବଂ ତାଙ୍କ ଉପରେ ଥାପୁଡା ମାରୁଛନ୍ତି। ସୂଚନା ମୁତାବିକ , ମାଡ଼ ମାରିଥିବା ଲୋକ ସମାଜବାଦୀ ପାର୍ଟିର କାର୍ଯ୍ୟକର୍ତ୍ତା ଥିବା କୁହାଯାଉଛି।
ସୋସିଆଲ ମିଡ଼ିଆରେ ମୌଲାନାଙ୍କରୁ ମାଡ଼ ମାରିବାର ଭିଡ଼ିଓ ଖୁବ୍ ଜୋରରେ ଭାଇରାଲ ହେଉଛି। ଭିଡ଼ିଓରେ ଦେଖାଯାଉଛି ଯେ, କିଛି ଲୋକ ସାମ୍ନାକୁ ଆସୁଛନ୍ତି ଏବଂ ମୌଲାନଙ୍କୁ ଘେରି ଯାଉଛନ୍ତି। ଏହା ପୂର୍ବରୁ ମୌଲାନା ସାଜିଦ୍ ରଶିଦି କିଛି ବୁଝିବା ଆଗରୁ ସପା କାର୍ଯ୍ୟକର୍ତ୍ତାମାନେ ଚାପୁଡ଼ା ପରେ ଚାପୁଡା ମାରି ଚାଲି ଥିଲେ। ମାଡ଼ ମାରିଥିବା ଏହି କାର୍ଯ୍ୟକର୍ତ୍ତାଙ୍କ ନାମ ହେଉଛି- ସପା ଆଡଭୋକେଟ ସଭାର ରାଷ୍ଟ୍ରୀୟ ସଚିବ ଶ୍ୟାମ ସିଂହ ଭାଟୀ , ସପା ଛାତ୍ରସଭାର ଜିଲ୍ଲାଧ୍ୟକ୍ଷ ମୋହିତ ନାଗର, ଛାତ୍ରସଭାର ପ୍ରଦେଶ ସଚିବ ପ୍ରଶାନ୍ତ ଭାଟୀ।
ଏହି କାର୍ଯ୍ୟକର୍ତ୍ତାମାନେ କହିଛନ୍ତି ଯେ, ସେମାନେ ତାଙ୍କ ରାଷ୍ଟ୍ରୀୟ ନେତାଙ୍କ ଅପମାନକୁ ସହ୍ୟ କରି ପାରିବେ ନାହିଁ। ଏଥିପାଇଁ ଏହି ଲୋକେ ମୌଲାନା ସାଜିଦ୍ ରଶିଦିଙ୍କୁ ଅପମାନ କରିବା ନେଇ ଦଣ୍ଡ ଦେଇଛନ୍ତି। ପ୍ରକୃତ କଥା ହେଲା , ମୌଲାନା କିଛି ଦିନ ପୂର୍ବେ ସାଂସଦ ଡିମ୍ପଲ ଯାଦବଙ୍କ ପୋଷାକକୁ ନେଇ ବିବାଦୀୟ ଟିପ୍ପଣୀ କରିଥିଲେ, ଯେଉଁଥି ପାଇଁ ରାଜନୀତିକ ଘମାସାନ ପରେ ମାଡ଼ ମାରିବାର ମାମଲା ସାମନାକୁ ଆସିଛି। ଏବେ ଆପଣଙ୍କୁ କହୁଛୁ ଯେ, ମୌଲାନା ସାଂସଦଙ୍କ ବିଷୟରେ କଣ ମନ୍ତବ୍ୟ ଦେଇ ଥିଲେ।
ମୌଲାନା ସାଜିଦ୍ ରଶିଦି ଏକ ମସଜିଦ୍କୁ ଗସ୍ତ କରିବା ବେଳେ ସପା ସାଂସଦ ପିନ୍ଧିଥିବା ପୋଷାକକୁ ନେଇ ମନ୍ତବ୍ୟ ଦେଇଥିଲେ। ଡିମ୍ପଲ ଯାଦବଙ୍କ ମସଜିଦ୍କୁ ଯିବାର ଫଟୋ-ଭିଡ଼ିଓ ସାମନାକୁ ଆସିବାରୁ ମୌଲାନା କହିଥିଲେ – ମୁଁ ଗୋଟିଏ ଫଟୋ ଦେଖାଉଛି , ଯାହାକୁ ଦେଖି ଆପଣ ଲଜ୍ଜିତ ହେବେ। ମୁଁ କାହାର ନାଁ ନେବାକୁ ଚାହୁଁନି, କିନ୍ତୁ ସମସ୍ତେ ଜାଣନ୍ତି , ଯେଉଁ ମହିଳା ତାଙ୍କ ସହ ଥିଲେ , ସେ ତାଙ୍କର ମୁସଲିମ୍ ପୋଷାକ ପିନ୍ଧି ଥିଲେ। ତାଙ୍କର ମୁଣ୍ଡ ଢଙ୍କା ହୋଇଥିଲା। ଦ୍ୱିତୀୟ ମହିଳା ଥିଲେ ଡିମ୍ପଲ ଯାଦବ। ତାଙ୍କ ପିଠିର ଫଟୋ ଦେଖି ନିଅନ୍ତୁ। ଉଲଗ୍ନ ବସିଛନ୍ତି।