କମିଶନରେଟ ପୋଲିସରେ ବଡ଼ ଧରଣର ଅଦଳବଦଳ

Published By : Prameya-News7 Bureau | December 03, 2022 IST

ଭୁବନେଶ୍ୱର, ୦୩/୧୨: କମିଶନରେଟ ପୋଲିସରେ ବଡ଼ ଧରଣର ଅଦଳବଦଳ କରାଯାଇଛି । ୨୦ ଜଣ ଅଫିସରଙ୍କୁ ବଦଳ କରାଯାଇଛି । ସହିଦନଗର ଥାନା, ଲକ୍ଷ୍ମୀସାଗର ଥାନା, ବାଲିପାଟଣା ଥାନା, ମହିଳା ଥାନା ଓ଼ ଚନ୍ଦକା ଥାନାର ଆଇଆଇସିଙ୍କୁ ବଦଳି କରାଯାଇଛି । ଆଇଆଇସି ହିମାଂଶୁ ସ୍ୱାଇଁଙ୍କୁ ସ୍ପେଶାଲ ସ୍କ୍ୱାଡ ଦାୟିତ୍ୱ ଦିଆଯାଇଛି । ଆଇଆଇସି ମନୋଜ କୁମାର ଶତପଥୀଙ୍କୁ ସହିଦ ନଗର ଥାନା ଆଇଆଇସି ଭାବେ ବଦଳି କରାଯାଇଛି । ଅନ୍ୟପଟେ ପି ଶ୍ୟାମ ସୁନ୍ଦର ରାଓଙ୍କୁ ଲକ୍ଷ୍ମୀସାଗର, ଓମ ପ୍ରକାଶ ମହାନ୍ତିଙ୍କୁ ବାଲିପାଟଣା, ରାଧାକାନ୍ତ ସାହୁଙ୍କୁ ଚନ୍ଦକା ଥାନାକୁ ବଦଳି କରାଯାଇଥିବା ବେଳେ ଶୁଭଶ୍ରୀ ପଣ୍ଡାଙ୍କୁ ମହିଳା ଥାନା ଆଇଆଇସି ଦ୍ୱାୟିତ୍ୱ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.