ଏନ୍‌ଗଲ୍ଫ୍‌ ତେଲ ରିଫାଇନାରୀରେ ଲାଗିଲା ବଡ଼ ଧରଣର ନିଆଁ, ଶହ ଶହ ଲୋକ ସ୍ଥାନାନ୍ତର

Published By : Prameya-News7 Bureau | March 29, 2021 IST

ଜାକର୍ତ୍ତା, ୨୯/୦୩: ଏନ୍‌ଗଲ୍ଫ୍‌ ତେଲ ରିଫାଇନାରୀରେ ବଡ଼ ଧରଣର ନିଆଁ ଲାଗିଥିବା ଜଣାପଡ଼ିଛି । ଇଣ୍ଡୋନେସିଆର ଏହି ଫ୍ୟାକ୍ଟ୍ରି ନିଆଁରେ ୫ ଜଣ ଗୁରୁତର ହୋଇଥିବା ବେଳେ ଶହ ଶହ ଲୋକଙ୍କୁ ନିକଟବର୍ତ୍ତୀ ଅଞ୍ଚଳରୁ ଅନ୍ୟସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ଇଣ୍ଡୋନେସିଆର ଅଏଲ୍‌ କମ୍ପାନୀ ପର୍‌ଟାମିନା ଏନେଇ ସୋମବାର କହିଛି ଯେ, ଜାଭାର ପଶ୍ଚିମରେ ଥିବା ବାଲୋଙ୍ଗନ ଅଏଲ୍ ରିଫାଇନାରୀକୁ ନିଆଁଠାରୁ ରକ୍ଷା କରିବା ପାଇଁ ବନ୍ଦ କରିଦିଆଯାଇଛି । ପାଖାପାଖି ସ୍ଥାନୀୟ ଅଞ୍ଚଳର ୯୫୦ ପରିବାରକୁ ଅନ୍ୟସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ସେସିଆଲ୍‌ ମିଡିଆରେ ଦେଖାଯାଇଥିବା ଫଟୋରୁ ଦେଖିଲେ ଅନୁମାନ କରି ହେଉଛି ଯେ, ପ୍ରତ୍ୟେକ ଦିନ ଉତ୍ପାଦନ ହେଉଥିବା ୧,୨୫,୦୦୦ ବାରେଲ୍‌ ଅଏଲ୍‌ରେ ଏହି ନିଆଁ ଲାଗିଛି । ଯାହାଫଳରେ ଏକ ବଡ଼ ଧରଣର ବିଷ୍ପୋରଣ ହୋଇଛି ।

ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଗତକାଲି ମଧ୍ୟ ରାତ୍ରିରେ ଏହି ନିଆଁ ଲାଗିଯାଇଥିଲା । ଯାହାକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡ଼ିଛି । ନିଆଁକୁ ଅଧିକ ନବ୍ୟାପିବାପାଇଁ ଅଏଲ୍‌ ଫ୍ଲୋ କଣ୍ଟ୍ରୋଲ୍‌ ସିଷ୍ଟମକୁ ନିୟନ୍ତ୍ରଣକୁ ଆଣାଯାଇଥିବା ଜଣାପଡ଼ିଛି ।     

ରିଫାଇନାରୀର ଷ୍ଟୋରେଜ୍ ୟୁନିଟରେ ନିଆଁ ଲାଗି ଏପରି ହୋଇଥିଲା ଏବଂ ପ୍ରକ୍ରିୟାକରଣ କାରଖାନା ଉପରେ କୌଣସି ପ୍ରଭାବ ପଡି ନଥିବା ବୋଲି ପର୍ଟାମିନା କହିଛି । ଏହି ଅଗ୍ନିକାଣ୍ଡର ଏକ ଫୁଟେଡ୍‌ରୁ ଜଣାପଡୁଛି ଯେ, ସୋମବାର ସକାଳେ ନିଆଁ ଲାଗୁଛି ଏବଂ ରାଜଧାନୀ ଜାକର୍ତ୍ତାର ପ୍ରାୟ ୨୨୫ କିଲୋମିଟର ପୂର୍ବରେ ଥିବା କଳା ଧୂଆଁର ଏକ ବଡ଼ ଆସ୍ତରଣ ଜମି ରହିଥିବା ବେଳେ ପ୍ରବଳ ଧୂଆଁ ଉପରକୁ ଉଠିଥିବା ଦେଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.