ନୂଆଦିଲ୍ଲୀ: ଲୋକପ୍ରିୟ ଏସୟୁଭି ଗ୍ରାଣ୍ଡ୍ ଭିଟାରାର ସିଏନଜି ଭାରିଆଣ୍ଟ ଲଞ୍ଚ କରିଛି ମାରୁତି ସୁଜୁକୀ। ପୂର୍ବରୁ ଦୁଇ ମାସ ତଳେ କମ୍ପାନି ଗ୍ରାଣ୍ଡ ଭିଟାରାର ୨୦୨୫ ଅପଡେଟ ମଡେଲ ଲଞ୍ଚ କରିଥିଲା। ଯେଉଁଥିରେ ଅଲ୍ ହ୍ବିଲ ଡ୍ରାଇଭ ସେଟଅପ ସହ ୬-ସ୍ପିଡ ଅଟୋମେଟିକ ଗିୟରବକ୍ସ ଦିଆଯାଇଛି। ଏମିତିରେ ଏସବୁ ଫିଚର୍ସ ସହ ଲଞ୍ଚ ହୋଇଛି ସିଏନଜି ଭାରିଆଣ୍ଟ। ଏହାକୁ ବାଦ୍ ଦେଲେ କାରର ପରଫରମାନ୍ସରେ କୌଣସି ପରିବର୍ତ୍ତନ ହୋଇନାହିଁ।
କମ୍ପାନିର ସୂଚନା ଅନୁସାରେ ଗ୍ରାଣ୍ଡ ଭିଟାରାର ସିଏନଜି ଭାରିଆଣ୍ଟର ବେସ୍ ମଡେଲରେ ପ୍ରତିକେଜି ସଏନିଜରେ ୨୬.୬ କିଲୋମିଟରର ମାଇଲେଜ ଏବଂ ହାଇବ୍ରିଡ ଇଞ୍ଜିନ ଅପ୍ସନରେ ୨୭.୯୭ କିଲୋମିଟରର ମାଇଲେଜ ମିଳିବ। କାରରେ ୧୭ ଇଞ୍ଚର ନୂଆ ଡୁଆଲ ଟୋନ ଆଲଏ ହ୍ବିଲ୍, ପାଓ୍ବାର୍ଡ ଡ୍ରାଇଭର ସିଟ ଏବଂ ୬ ଏୟାରବ୍ୟାଗ ଷ୍ଟାଣ୍ଡାର୍ଡ, ୮ ପ୍ରକାରର ଇଲେକ୍ଟ୍ରିକ ଆଡଜଷ୍ଟେବୁଲ ଡ୍ରାଇଭର ସିଠ୍, ଡିଜିଟାଲ ଡିସପ୍ଲେ, ଏୟାର ପ୍ୟୁରିଫାୟାର, ରିୟର ଓ୍ବଣ୍ଡୋ ସନସେଡ ଏବଂ ଏଲଇଡି କ୍ୟାବିନ ଲାଇଟ ଦିଆଯାଇଛି।
ପୂର୍ବ ଭଳି କାରରେ ୯ ଇଞ୍ଚର ଟଚ୍ସ୍କ୍ରିନ, ଡିଜିଟାଲ ଡ୍ରାଇଭର ଡିସପ୍ଲେ, ଭେଣ୍ଟିଲେଣ୍ଟେଡ ଫ୍ରଣ୍ଟ ସିଟ, ହେଡସ ଅପ୍ ଡିସପ୍ଲେ, ଓ୍ବାୟାରଲେସ ଫୋନ ଚାର୍ଜର ଏବଂ ପାନାରୋମି ସନରୁଫ ରହିଛି। ସେଫ୍ଟି ପାଇଁ କାରରେ ୬ ଏୟାରବ୍ୟାଗ ଷ୍ଟାଣ୍ଡାର୍ଡ ଏବଂ ଇଲେକ୍ଟ୍ରିକ ପାର୍କିଂ ବ୍ରେକ୍ (ଅଟୋମେଟିକ ଭାରିଆଣ୍ଟ ସହ) ଦିଆଯାଇଛି । କମ୍ପାକ୍ଟ SUV କାରରେ ପୂର୍ବ ଭଳି ୩୬୦ ଡିଗ୍ରୀ କ୍ୟାମେରା, ହିଲ ହୋଲ୍ହ ଆସିଷ୍ଟ ଏବଂ ସବୁ ଚକରେ ଡିସ୍କ ବ୍ରେକ ଭଳି ସେଫ୍ଟି ଫିଚର ମଧ୍ୟ ରହିଛି।
ସିଏନଜି ଭାରିଆଣ୍ଟ ଡେଲଟା ଏବଂ ଜେଟା ଅପ୍ସନରେ ଲଞ୍ଚ ହୋଇଥିବାବେଳେ ଏହାର ଏକ୍ସ ଶୋ-ରୁମ୍ ଦାମ ଯଥାକ୍ରମେ ୧୩.୪୮ ଲକ୍ଷ ଟଙ୍କା ଏବଂ ୧୫.୬୨ ଲକ୍ଷ ଟଙ୍କା ରହିଛି। ଦୁଇ ମାସ ତଳେ କମ୍ପାନି ଗ୍ରାଣ୍ଡ ଭିଟାରାର ୨୦୨୫ ଅପଡେଟ ମଡେଲ ଲଞ୍ଚ କରିଥିଲା। ଯାହାର ଏକ୍ସ ଶୋ-ରୁମ ପ୍ରାଇସ ୧୧.୧୯ ଲକ୍ଷରୁ ୨୦.୬୮ ଲକ୍ଷ ଟଙ୍କା ରିହଛି।ମାରୁତି ଗ୍ରାଣ୍ଡ ଭିଟାରା ମୁକାବିଲା ହ୍ୟୁଣ୍ଡାଇ କ୍ରେଟା, କିଆ ସେଲଟୋସ, ଟୋୟୋଟା ହାଇରାଇଡର, ସ୍କୋଡା କୁଶାକ, ଭୋକ୍ସଓ୍ବାଗ ଟାଇଗୁଆନ ଏବଂ ଏମଜି ଆଷ୍ଟର ସହ ରହିଛି।