ଶ୍ରେଣୀ ଗୃହରେ ଛାତ୍ରୀଙ୍କୁ ମଙ୍ଗଳସୂତ୍ର ପିନ୍ଧାଇଲେ ଛାତ୍ର: ବାପ-ମାଆ କହିଲେ, ଆମ ମାନ ସମ୍ମାନ ସାରି ଦେଲେ
4/12/2020 at 8:27 AM

ମହାରାଷ୍ଟ୍ର୪/୧୨: ଶ୍ରେଣୀ ଗୃହରେ ଛାତ୍ରୀଙ୍କୁ ମଙ୍ଗଳସୂତ୍ର ପିନ୍ଧାଇ ବିବାହ କଲେ ଛାତ୍ର। +୨ ର ଦ୍ବିତୀୟ ବର୍ଷର ଦୁଇଜଣ ଛାତ୍ର-ଛାତ୍ରୀଙ୍କ ଏଭଳି କାର୍ଯ୍ୟକଳାପ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି କଥା ଦାଣ୍ଡରେ ପଡି ହାଟରେ ଗଡିବା ପରେ କଲେଜ କର୍ତ୍ତୃପକ୍ଷଙ୍କ ସମେତ ୨ ଜଣଙ୍କ ବାପ-ମାଆ ଚିନ୍ତାରେ ପଡିଯାଇଥିଲେ। ମହାରାଷ୍ଟ୍ରର ଆସିଫାବାଦରେ ଏଭଳି ଘଟଣା ଦେଖିବାକୁ ମିଳିଛି।
ଏହି ସମୟରେ ଶ୍ରେଣୀ ଗୃହରେ ଥିବା ଛାତ୍ରଛାତ୍ରୀମାନେ ଭିଡିଓ ରେକର୍ଡିଂ କରିଥିଲେ। ପରବର୍ତ୍ତୀ ସମୟରେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଘଟଣା ସଂପର୍କରେ କଲେଜରେ ସମସ୍ତ କର୍ମଚାରୀ ଜାଣିବା ସହ କଲେଜ ଅଧକ୍ଷଙ୍କ କାନରେ ପଡିଥିଲା। ଏଭଳି କାର୍ଯ୍ୟକଳାପ ପାଇଁ ଦୁଇଜଣଙ୍କୁ ଟିସି ଦେଇ କଲେଜରୁ ବାହାର କରି ଦିଆଯାଇଥିଲା। ଅନ୍ୟପଟେ କଲେଜର ଅଧକ୍ଷ ଛାତ୍ରୀ-ଛାତ୍ରୀଙ୍କ ବାପ-ମାଆଙ୍କୁ ଏହି ଘଟଣା ସଂପର୍କରେ ଜଣାଇଥିଲେ। ପଢ଼ା ବୟସରେ ଶ୍ରେଣୀ ଗୃହରେ ଏଭଳି କାର୍ଯ୍ୟକଳାପ ଯୋଗୁଁ ଅଭିଭାବକ ଲଜ୍ଜିତ ହୋଇଛନ୍ତି।