ରେକର୍ଡ ସ୍ତରକୁ ପହଞ୍ଚିଲା BSEରେ ସୂଚୀଭୁକ୍ତ କମ୍ପାନୀମାନଙ୍କ ବଜାର ପୁଞ୍ଜିକରଣ, ନିବେଶକ ମାଲାମାଲ

Published By : Prameya-News7 Bureau | December 14, 2023 IST

ମୁମ୍ବାଇ ୧୪।୧୨: ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସଇ)ରେ ସୂଚୀବଦ୍ଧ କମ୍ପାନୀମାନଙ୍କ ବଜାର ପୁଞ୍ଜିକରଣ (ଏମକ୍ୟାପ୍) ଗୁରୁବାର ୩୫୫ ଲକ୍ଷ କୋଟିର ସର୍ବକାଳୀନ ରେକର୍ଡ ସ୍ତରକୁ ଛୁଇଁଛି। ଏଥିରେ ସେନସେକ୍ସ ସର୍ବକାଳୀନ ଉଚ୍ଚସ୍ତରକୁ  ପହଞ୍ଚିବା ଯୋଗୁ ଦିନକରେ ନିବେଶକଙ୍କ ସମ୍ପତ୍ତିରେ ୩.୨୨ ଲକ୍ଷ କୋଟି ଟଙ୍କା ବୃଦ୍ଧି ହୋଇଛି। ଆମେରିକା ଫେଡେରାଲ ରିଜର୍ଭ ମୁଖ୍ୟ ସୁଧହାରକୁ ଅପରିବର୍ତ୍ତିତ ରଖିବା ଯୋଗୁ ବୈଶ୍ୱିକ ବଜାରରେ ବୃଦ୍ଧି ଦେଖାଯାଇଛି। ଆମେରିକା କେନ୍ଦ୍ରୀୟ ବ୍ୟାଙ୍କ ଆଗାମୀ ବର୍ଷ ସୁଧହାରରେ ତିନି-ଚତୁର୍ଥାଂଶ କାଟ୍‌ ର ସଂକେତ ମଧ୍ୟ ଦେଇଛନ୍ତି।

{"id":883227,"width":841,"height":499,"sizeSlug":"full","linkDestination":"none"}

ବିଏସଇରେ ୩୦ ସେୟାରର ସେନସେକ୍ସ ୯୨୯.୬୦ ପଏଣ୍ଟ ଅର୍ଥାତ ୧.୩୪ ପ୍ରତିଶତ ବୃଦ୍ଧି ହୋଇ ୭୦,୫୧୪.୨୦ ପଏଣ୍ଟର ସର୍ବକାଳୀନ ଉଚ୍ଚତମ ସ୍ତରକୁ ପହଞ୍ଚିଛି। ଦିନର କାରବାର କାଳରେ ସେନସେକ୍ସ ୭୦,୬୦୨.୮୯ ପଏଣ୍ଟକୁ ପହଞ୍ଚି ଯାଇଥିଲା। ଫଳରେ ବିଏସଇରେ ସୂଚୀବଦ୍ଧ କମ୍ପାନୀମାନଙ୍କ ବଜାର ପୁଞ୍ଜିକରଣ ୩,୫୫,୦୨,୨୩୮.୮୩ କୋଟି ଟଙ୍କାର ରେକର୍ଡ ସ୍ତରକୁ ପହଞ୍ଚି ଯାଇଛି। ଏଥିରେ ନିବେଶକଙ୍କ ସମ୍ପତ୍ତି ଦିନକରେ ୩,୮୩,୦୦୬.୯୨ କୋଟି ଟଙ୍କା ବଢିଛି।

{"id":883228,"width":838,"height":471,"sizeSlug":"full","linkDestination":"none"}

ସେନସେକ୍ସ କମ୍ପାନୀମାନଙ୍କ ମଧ୍ୟରେ ଇନଫୋସିସ୍, ଏଚସିଏଲ ଟେକ୍ନୋଲଜି,ବଜାଜ ଫାଇନାନ୍ସ, ଟେକ୍ ମହିନ୍ଦ୍ରା, ୱିପ୍ରୋ ଏବଂ ଇଣ୍ଡସଇଣ୍ଡ ବ୍ୟାଙ୍କର ସେୟାର ଲାଭରେ ବନ୍ଦ ହୋଇଛନ୍ତି। ସେହିପରି ପାୱାରଗ୍ରିଡ, ନେସ୍ଲେ, ଟାଇଟନ, ଜେଏସଡବ୍ଲୁ ଷ୍ଟିଲ, ମାରୁତି ଓ ଟାଟା ମୋଟର୍ସ ସେୟାରରେ ଗୁରୁବାର କ୍ଷତି ଦେଖାଯାଇଛି। ଏସିଆର ଅନ୍ୟବଜାରମାନଙ୍କରେ ଦକ୍ଷିଣ କୋରିଆର କାସ୍ପି ଓ ହଂକଂର ହେଙ୍ଗସେଙ୍ଗ ଗୁରୁବାର ଲାଭରେ ଅଛନ୍ତି। ଏଥିରେ ଚୀନ୍‌ର ସାଂଘାଇ କମ୍ପୋଜିଟ୍ ଓ ଜାପାନର ନିକ୍କି ଗୁରୁବାର କ୍ଷତିରେ ବନ୍ଦ ହୋଇଛନ୍ତି।   

ଭାରତ ସରକାରଙ୍କ ଗୋଟିଏ ନିଷ୍ପତ୍ତି UAEରେ ଏବେ ପାଲଟିଛି ମୁଦ୍ରାସ୍ପିତି ବୃଦ୍ଧିର କାରଣ, ଜାଣନ୍ତୁ ପୁରା ଘଟଣା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.