ଗୋଛାପଡ଼ା ରାସ୍ତାରେ ମାଓ ପୋଷ୍ଟର, ପୋଲିସ ଓ ସରକାରଙ୍କ ଦମନ ମୂଳକ କାର୍ଯ୍ୟକୁ ବିରୋଧ

Published By : Prameya-News7 Bureau | August 31, 2023 IST

କନ୍ଧମାଳ ୩୧/୦୮: ଗୋଛାପଡ଼ା ରାସ୍ତାରେ ମାଓ ପୋଷ୍ଟର, ଲୋକେ ଭୟଭୀତ । କନ୍ଧମାଳ ଜିଲ୍ଲାର ମାଓ ଅଧ୍ୟୁଷିତ ଫିରିଙ୍ଗିଆ ଥାନା ଅନ୍ତର୍ଗତ ଗୋଛପଡା ରାସ୍ତାର ବିଭିନ୍ନ ସ୍ଥାନରେ ବୁଧବାର ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ଉକ୍ତ ରାସ୍ତାର ଘାଟି ସାହି, ମାଝୀ ପଡ଼ା, ଦରଘା ବାଲି ଆଦି ଅଞ୍ଚଳରେ ବହୁ ସଂଖ୍ୟାରେ ମାଓ ପୋଷ୍ଟର ପଡ଼ିଥିବା ଦେଖିବାକୁ ମିଳିଛି ।

wp:gallery {"linkTo":"none"} /wp:gallery

ଫଳରେ ସେହି ଗ୍ରାମର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । କେବଳ ସେତିକି ନୁହେଁ ରାସ୍ତା ଦେଇ ଯିବା ଆସିବା କରୁଥିବା ଲୋକେ ଭୟଭୀତ ହୋଇ ପଡିଛନ୍ତି । ପୋଷ୍ଟରରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି, କେକେବି ଏନ୍ ଡିଭିଜନର ସଚିବ ବିଜୟ ଲେଖାଯାଇଛି । ଫିରିଙ୍ଗିଆ ଥାନାପୋଡ଼ି ଘଟଣାକୁ ମାଓ ସଙ୍ଗଠନ ସମର୍ଥନ କରିବା ସହ ପୋଲିସ ଓ ସରକାରଂକ ଦମନ ମୂଳକ କାର୍ଯ୍ୟକଳାପକୁ ନିନ୍ଦା କରିଛି ସଙ୍ଗଠନ ।

wp:html /wp:html

ଗଞ୍ଜେଇ ଚାଷ ଏଠାକାର ଲୋକଙ୍କ ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରୁଛି । ସରକାର ଗଞ୍ଜେ ଇ ଚାଷ କୁ ଔଷଧ ତାଲିକା ଭୁକ୍ତ କରି ମାନ୍ୟତା ପ୍ରଦାନ କରୁ ନଚେତ୍ ବିକଳ୍ପ ଚାଷ ବ୍ୟବସ୍ଥା କରୁ ବୋଲି ପୋଷ୍ଟର ରେ ଉଲ୍ଲେଖ ଅଛି ।

you can also read...

wp:embed {"url":"https://www.prameyanews7.com/mao-fear-at-nuapada/","type":"wp-embed","providerNameSlug":"prameya-news-7"}
https://www.prameyanews7.com/mao-fear-at-nuapada/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.