ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ବିଜେଡିର ମିଶ୍ରଣ ପର୍ବ, ଦଳରେ ମିଶିଲେ ବିଜେପି ଓ କଂଗ୍ରେସର ବହୁ କର୍ମୀ

17/12/2021 at 8:32 PM

ନୀଳଗିରି,୧୭/୧୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳ ତୃଣମୂଳସ୍ତରରେ ନିଜର ସଂଗଠନକୁ ମଜବୁତ କରିବା ଦିଗରେ ଲାଗି ପଡିଛି। ପ୍ରତି ଦିନ ରାଜ୍ୟର ଅନେକ ଜିଲ୍ଲାରେ ବିଜେଡିର ମିଶ୍ରଣ ପର୍ବ ଜାରି ରହିଛି। ଏହି କ୍ରମରେ ବାଲେଶ୍ଵର ଜିଲ୍ଲାର ନୀଳଗିରି ବ୍ଲକ ଅଧିନ ଶିଆଡିମାଳ ପଞ୍ଚାୟତ ରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଏଥିରେ ଅନ୍ୟଦଳ ଛାଡି ବହୁ କର୍ମୀ ବିଜେଡ଼ିରେ ସାମିଲ ହୋଇଛନ୍ତି।

ଏହି ପର୍ବରେ ମୁଖ୍ୟ ଅତିଥିଭାବେ ବିଜେଡି ନେତା ସନ୍ତୋଷ ଖଟୁଆ ଯୋଗଦେଇ ମିଶିଥିବା କର୍ମୀଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ। ଅନ୍ୟତମ ଅତିଥି ଭାବେ ବିଜେଡି ନେତା ଗତିକୃଷ୍ଣ ନନ୍ଦ, ବ୍ଲକ ବିଜେଡି ସଭାପତି ବିଜୟ ଲେଙ୍କା, ରବିନ୍ଦ୍ର ନାୟକ, ଦୀପ୍ତିକାନ୍ତ ସିଂହ, ବୈଦ୍ୟନାଥ ବେହେରା, ଚକ୍ରଧର ଲେଙ୍କା, ସସ୍ମିତା ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ଏହି କର୍ମୀ ମାନେ ମିଶିବା ପରେ ଶିଆଡିମାଳ ପଞ୍ଚାୟତରେ ଦଳର ଶକ୍ତି ବୃଦ୍ଧି ପାଇବ ବୋଲି ବିଜେଡି ନେତା ସନ୍ତୋଷ ଖଟୁଆ ତାଙ୍କ ବକ୍ତବ୍ୟ ରେ କହିଛନ୍ତି।

   Related Posts