କେନ୍ଦ୍ରର ବଡ଼ ନିଷ୍ପତ୍ତି ପରେ ବଦଳିଲେ ମଣିପୁର ପୋଲିସ ମୁଖିଆ, ରାଜୀବ ହିଂ ହେଲେ ନୂଆ ଡିଜିପି

Published By : Prameya-News7 Bureau | June 01, 2023 IST

ନୂଆଦିଲ୍ଲୀ: ହିଂସାଗ୍ରସ୍ତ ମଣିପରୁ ଗସ୍ତରେ ଅଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ରାଜ୍ୟରେ ଶାନ୍ତି ଫେରାଇବାକୁ ଉଦ୍ୟମ କରାଯାଉଛି । ହିଂସାରେ ବର୍ତ୍ତମାନ ସୁଦ୍ଧା ୮୦ ଜଣଙ୍କ ଜୀବନ ଯାଇସାରିଛି । ଏହାରି ଭିତରେ ରାଜ୍ୟ ପ୍ରଶାସନିକ ସ୍ତରରେ ବଡ଼ ପରିବର୍ତ୍ତନ କରାଯାଇଛି । କିଛି ଦିନ ତଳେ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ବଦଳି କରାଯାଇଥିବା ବେଳେ ସୋମବାର ରାଜ୍ୟ ପୋଲିସ ମୁଖିଆଙ୍କୁ ବଦଳି କରାଯାଇଛି । ମଣିପୁରର ନୂଆ ପୋଲିସ ଡିଜି ଭାବେ ତ୍ରିପୁରା କ୍ୟାଡେରର ବରିଷ୍ଠ ଆଇପିଏସ ଅଫିସର ରାଜୀବ ସିଂଙ୍କୁ ନିଯୁକ୍ତି ଦିଆଯାଇଛି । ଅନ୍ୟପଟେ ବର୍ତ୍ତମାନର ପୋଲିସ ଡିଜିଙ୍କୁ ଓଏସଡି (ଗୃହ) ରୂପେ ବଦଳି କରାଯାଇଛି ।

ସିଆରପିଏଫ ଆଇଜି ରାଜୀବ ସିଂଙ୍କୁ ତିନି ଦିନ ପୂର୍ବେ ମଣିପୁର କ୍ୟାଡରରେ ଟ୍ରାନ୍ସଫର କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ ଆଇପିଏସ ରାଜୀବ ସିଂ ତ୍ରିପୁରା କ୍ୟାଡରର ଅଧିକାରୀ ଥିଲେ, କିନ୍ତୁ ବିଶେଷ ପରିସ୍ଥିତି କାରଣ ଯୋଗୁଁ ତିନି ବର୍ଷ ପାଇଁ ତାଙ୍କୁ ଇଣ୍ଟର କ୍ୟାଡେଟ୍ ଟ୍ରାନ୍ସଫର ମଣିପୁରରେ କରାଯାଇଛି ।

wp:html /wp:html

୧୯୯୩ ବ୍ୟାଚର ଆଇପିଏସ ରାଜୀବ ସିଂଙ୍କ କ୍ୟାରିୟରକୁ ନଜରରେ ରଖି ମଣିପୁରରେ ତାଙ୍କ ନିଯୁକ୍ତି ନେଇ ନିଷ୍ପତ୍ତି ନିଆଯାଇଛି । ରାଜୀବ ସିଂ ସିବିଆଇରେ ମଧ୍ୟ କାମ କରିସାରିଛନ୍ତି ଏବଂ ନକ୍ସଲ ପ୍ରଭାବିତ ଅଞ୍ଚଳରେ ମଧ୍ୟରେ ସେ ବ୍ୟାପକ କାମ କରିଛନ୍ତି । ମଇ ୩ରେ ରାଜ୍ୟରେ ହିଂସା ଆରମ୍ଭ ହେବା ପରେ, କେନ୍ଦ୍ର ସରକାର ସିଆରପିଏଫର ପୂର୍ବତନ ମୁଖ୍ୟ କୁଲଦୀପ ସିଂଙ୍କୁ ମଣିପୁର ସରକାରଙ୍କ ସୁରକ୍ଷା ପରାମର୍ଶଦାତା ନିଯୁକ୍ତ କରିଥିଲେ ।

wp:heading

READ ALSO: ମଣିପୁର ହିଂସାକାଣ୍ଡ: ଉପଦ୍ରବକାରୀଙ୍କୁ ଅମିତ ଶାହଙ୍କ ଚରମ ଚେତାବନୀ

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.