ବାଂଶପାଳ ୧୫।୦୧: ବେଆଇମ ପାର୍କି ଫି ଆଦାୟକୁ ବିରୋଧ କରି ମନ୍ଦିରରେ ତାଲା । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଖଣ୍ଡାଧାର ଜଳପ୍ରପାତର ଘଟଣା । ମନ୍ଦିରରେ ତାଲା ସହ ପୂଜକଙ୍କୁ ବାହାର କରିଦେଲେ କିଛି ଯୁବକ ।
{"id":224562,"sizeSlug":"large"}ସୂଚନାଯୋଗ୍ୟ ଯେ, ବାଂଶପାଳ ବ୍ଲକ ଖଣ୍ଡାଧାର ଜଳପ୍ରପାତ ରେ ବେଆଈନ ଭାବେ କାଦକଳାର କିଛି ବ୍ୟକ୍ତି ପାର୍କିଂ ଫି ଆଦାୟ କରୁଛନ୍ତି । ଯାହାକୁ ନେଇ ଏଠାରେ ଥିବା ନିଳକଣ୍ଠେଶ୍ୱର ମନ୍ଦିରର ପୁଜକ ଭୁଗେନ୍ଦୁ ଦାଶ ବିରୋଧ କରିଥିଲେ । ତେବେ ମନ୍ଦିରର ପୂଜକ ବିରୋଧ କରିବାରୁ ଗତ ମଙ୍ଗଳବାର ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା ।
{"id":224563,"sizeSlug":"large"}ଏଥିରେ ଉତ୍ୟକ୍ତ ହୋଇ ଗାଁର କିଛି ବ୍ୟକ୍ତି ପୂଜକଙ୍କୁ ମନ୍ଦିରରୁ ବାହାର କରି ଦେଇ ତାଲା ପକାଇ ଦେଇଥିଲେ । ମନ୍ଦିରର ପୁଜକ ନୟାକୋଟ ଥାନାରେ ଅଭିଯୋଗ କରିଛନ୍ତି। ସେପଟେ ମନ୍ଦିରରୁ ପୂଜକଙ୍କୁ ବାହାର କରି ତାଲା ପକାଇବା ଦ୍ବାରା ପୂଜା ବନ୍ଦି ରହିଛି । ଯାହାକୁ ନେଇ ସ୍ଥାନୀୟଲୋକଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଦେଇଛି ।