ମଣ୍ଡି ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ; ୭ ଯାଏଁ ରେଡ ଆଲର୍ଟ, ୬୯ ଜଣଙ୍କ ମୃତ୍ୟୁ, ୩୭ ନିଖୋଜ

Published By : Prameya-News7 Bureau | July 05, 2025 IST

ନୂଆଦିଲ୍ଲୀ ୦୫।୦୭; ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ । ଲଗାଣ ବର୍ଷାରେ ହିମାଚଳ ପ୍ରଦେଶର ଅବସ୍ଥା ବେହାଲ। ବାଦଲଫଟା ବର୍ଷା, ବନ୍ୟା ଓ ଭୂସ୍ଖଳନରେ ୬୯ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୭ ଜଣ ନିଖୋଜ ଅଛନ୍ତି । ସେପଟେ ୧୧୦ଜଣ ଆହତ ହୋଇଛନ୍ତି ।

ଏଭଳି ପରିସ୍ଥିତିରେ ୭୦୦ କୋଟି ଟଙ୍କାର ସଂପତ୍ତି ନଷ୍ଟ ହୋଇଛି। ଏନେଇ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୂଚନା ଦେଇଛନ୍ତି । ୧୪ଟି ଜାଗାରେ ବାଦଲଫଟା ବର୍ଷା ହୋଇଛି । ଫଳରେ ରାସ୍ତା ଓ ପାନୀୟ ଜଳ ପ୍ରକଳ୍ପ କ୍ଷତିଗ୍ରସ୍ତ ହୋଇଛି । ଏହା ସହ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଛି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ସରକାରଙ୍କ କ୍ଷତିଗ୍ରସ୍ତ ଲୋକଙ୍କ ସହ ଅଛନ୍ତି । ମଣ୍ଡି ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସବୁ ଜିଲ୍ଲା ପାଇଁ ଜାରି ହୋଇଛି ୱାର୍ଣ୍ଣିଂ। ପୂରା ରାଜ୍ୟରେ ୫୦୦ରୁ ଅଧିକ ଟ୍ରାନ୍ସଫରମର ଅଚଳ ହୋଇଯାଇଛି। ଫଳରେ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହୋଇଛି। ବିଦ୍ୟୁତ୍ ସେବା ବ୍ୟାହାତ ହୋଇଥିବା ଯୋଗୁ ହଜାର ହଜାର ଲୋକ ଅନ୍ଧାରରେ ରହୁଛନ୍ତି। ସେହିଭଳି ବିଦ୍ୟୁତ୍ ଯୋଗାଣ ବନ୍ଦ ରହିଥିବାରୁ ଜଳ ଯୋଗାଣରେ ବାଧା ସୃଷ୍ଟି ହୋଇଛି।

ହିମାଚଳ ପ୍ରଦେଶ ସହ ଅନ୍ୟ ରାଜ୍ୟ ଗୁଡିକୁ ମଧ୍ୟ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ।  ଗତ ଜୁନ ୨୦ ତାରିଖରେ ହିମାଚଳ ପ୍ରଦେଶରେ ପ୍ରବେଶ କରିଥିଲା ମୌସୁମୀ। ଯାହା ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ତାଣ୍ଡବ ରଚିଛି। କେବଳ ମଣ୍ଡି ଜିଲ୍ଲାରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କାଙ୍ଗଡ଼ାରେ ୧୩, ଚମ୍ବାରେ ୬ ଓ ଶିମଲାରେ ୫ ଜଣଙ୍କ ମୃତ୍ୟୁ ଘଟିଛି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.