ବାଇକ୍‌ରେ ଯାଉଥିଲେ ମାନସ, ରାସ୍ତାକଡ଼କୁ ପଡି ଚାଲିଗଲା ଜୀବନ

Published By : Prameya-News7 Bureau | December 04, 2022 IST

ଭୁବନ ୦୪।୧୨ :  ରାସ୍ତାକଡ଼କୁ ଖସିଲା ବାଇକ୍‌ । ଏହି ଦୁର୍ଘଟଣା ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଲିସାହି ଗାଁର ମାନସ ନାୟକ ବୋଲି ଜଣାପଡିଛି ।

{"id":716978,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ମାନସ  ନିଜର କୌଣସି କାମରେ ମଠକ ରୋଗଳାରୁ ଜିରାଳ ଯାଉଥିଲେ । ଏହି ସମୟରେ ହଠାତ୍ ବାଇକ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସିପଡିଥିଲା । ଯାହାଫଳରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ମିଳିଥିବା ବେଳେ ତାଙ୍କ ବୟସ ପ୍ରାୟ ୩୧ ବର୍ଷ ହେବ ବୋଲି ସୂଚନା ମିଳିଛି । ସେହିପରି  ପୋଲିସ ଘଚଣାସ୍ଥଳରେ ପହଞ୍ଚି  ଶବକୁ ଜବତ କରି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.