‘ମୋ ଭାଗ ଜମି ମୋତେ ଦିଅ, ନହେଲେ ଉପଜିଲ୍ଲାପାଳ ଅଫିସ ଆଗରେ ଆତ୍ମହତ୍ୟା କରିବି’...

Published By : Prameya-News7 Bureau | July 29, 2025 IST

ନୀଳଗିରି: ‘‘ଜମିଜମା ବିବାଦକୁ ନେଇ ବାରମ୍ବାର ଉପଜିଲ୍ଲାପାଳ ଅଫିସ ଆସୁଛି। ହେଲେ କେହି ଶୁଣୁନାହାଁନ୍ତି। ଶେଷରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛି। କିନ୍ତୁ ଆଉ ନୁହେଁ ଯଦି ମୋତେ ନ୍ୟାୟ ନମିଳେ ତେବେ ଉପଜିଲ୍ଲପାଳ ଅଫିସ ଆଗରେ ଆତ୍ମହତ୍ୟା କରିବି।’’ ଏଭଳି କିଛି ଅଭିଯୋଗ ଆଣିବା ସହ ଉପଜିଲ୍ଲପାଳ ଅଫିସ ଆଗରେ ଆତ୍ମହତ୍ୟା ଧମକ ଦେଇଛନ୍ତି ଜଣେ ବ୍ୟକ୍ତି। ଅବଶ୍ୟ ପୋଲିସ ପହଞ୍ଚି ତାଙ୍କୁ ନିଜ ହେପାଜତକୁ ନେଇଛି। 

ଘଟଣା ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଜିଲ୍ଲାପାଳ ଅଫିସର ସମ୍ମୁଖର। ସୂଚନା ଅନୁସାରେ ନୀଳଗିରି ବ୍ଲକ ମିତ୍ରପୁର ଅଞ୍ଚଳର ଅଚ୍ୟୁତାନନ୍ଦ ବେହେରା ନ୍ୟାୟ ପାଇଁ ବାରମ୍ବାର ଉପଜିଲ୍ଲାପାଳ ଅଫିସ ଆସୁଛନ୍ତି।ସେ ଅଭିଯୋଗ ଆଣିଛନ୍ତି ତାଙ୍କର ୬ ଭାଇ ଅଛନ୍ତି। ଏମିତିରେ ଜମିଜମା ଘଟଣାକୁ ନେଇ ବିବାଦ ଉପୁଜିଛି । 

ହେଲେ ଏହାର ସମାଧାନ ପାଇଁ ତଥା ଉପଜିଲ୍ଲାପାଳ ଅଫିସକୁ ଜାଗା ଚିହ୍ନଟ ନେଇ ଆସୁଛନ୍ତି, ମାତ୍ର ତାଙ୍କୁ ଏପର୍ଯ୍ୟନ୍ତ କୌଣସି ସହଯୋଗ କରାଯାଉନାହିଁ। ଫଳରେ ବାରମ୍ବାର ନିରାଶ ହେବାକୁ ପଡ଼ୁଛି। ତେଣୁ ଅଚ୍ୟୁତାନନ୍ଦ  ମଙ୍ଗଳବାର ଉପଜିଲ୍ଲାପାଳ ଅଫିସ ପହଁଚି ନ୍ୟାୟ ନପାଇଲେ ସିଧା ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ।  ପରେ ନୀଳଗିରି ଆଇଆଇସି ଆସି ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ବୁଝାସୁଝା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.