ମାଙ୍କୁ ପ୍ରଥମ ଥର ବିଦେଶଯାତ୍ରା କରାଇଲା ପୁଅ, ନେଇଗଲେ ସିଙ୍ଗାପୁର...ସୋସିଆଲ୍ ମିଡିଆରେ ଛୁଟୁଛି ପ୍ରଶଂସାର ସୁଅ...

Published By : Prameya-News7 Bureau | February 04, 2023 IST

ନୂଆଦିଲ୍ଲୀ ୦୪।୦୨;ଇଣ୍ଟରନେଟରେ ଅନେକ କାହାଣୀ ଭାଇରାଲ ହୋଇଥାଏ ।  ସେଥିମଧ୍ୟରୁ ଏକ ସୁନ୍ଦର କାହାଣୀ ଆସିଛି ସାମ୍ନାକୁ । ଯାହା ଲୋକଙ୍କ ହୃଦୟକୁ ସ୍ପର୍ଶ କରିଛି । ଜଣେ ବ୍ୟକ୍ତି ନିଜ ମାକୁ ନେଇ ବିଦେଶ ଭ୍ରମଣ କରିଛନ୍ତି । ବ୍ୟକ୍ତି ଜଣକ ମାଙ୍କୁ ସିଙ୍ଗାପୁର ନେଇ ନିଜ ଅଫିସରେ ବୁଲାଇଛନ୍ତି ଏବଂ ସମସ୍ତଙ୍କୁ ଏପରି କରିବା ପାଇଁ ଅନୁରୋଧ କରିଛନ୍ତି । ବ୍ୟକ୍ତିଙ୍କର ନିଜ ମାଙ୍କ ପ୍ରତିଥିବା ସ୍ନେହ ପାଇଁ ତାଙ୍କୁ ଛୁଟୁଛି ପ୍ରଶଂସାର ସୁଅ ।

ଜଣେ ବ୍ୟକ୍ତି କିଛି ଦିନ ପୂର୍ବରୁ ନିଜର ଏବଂ ତାଙ୍କ ମାଙ୍କର ଏକ ଫଟୋ ପୋଷ୍ଟ କରିଥିଲେ । ସେଥିରେ ଲେଖିଥିଲେ ଯେ ସେ ତାଙ୍କ ମାଙ୍କୁ ଦୁନିଆର ଅନ୍ୟ ପାର୍ଶ୍ବକୁ ନେଇଯାଇଛନ୍ତି । ଅର୍ଥାତ୍ ସିଙ୍ଗାପୁରର ନିଜ ଅଫିସ ଦେଖାଇବାକୁ ନେଇଥିଲେ ମାଙ୍କୁ । ତେବେ ଏଭଳି ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି ଦତାତ୍ରେୟ ଜେ ନାମକ ଜଣେ ବ୍ୟକ୍ତି । ସେ ମାଙ୍କ ସହ ଏକ ଫଟୋ ଏବଂ ଏକ ଲେଟର ଲିଙ୍କଡଇନରେ ସେୟାର କରିଛନ୍ତି । ଯାହା ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ।

{"id":741431,"sizeSlug":"full","linkDestination":"none"}

ଦତାତ୍ରେୟ ଜେଙ୍କ ବିଷୟରେ କହିବାକୁ ଗଲେ ସେ ସିଙ୍ଗାପୁରରେ ବ୍ଲକଚେନ୍ ଡେଭଲପର୍ ଅଟନ୍ତି । ଦତ୍ତାତ୍ରେୟ ନିଜ ପୋଷ୍ଟରେ ଲେଖିଛନ୍ତି ଯେ ତାଙ୍କ ମା ସାରା ଜୀବନ ଗାଁରେ ଅତିବାହିତ କରିଛନ୍ତି ଏବଂ କେବେବି ବିମାନକୁ ନିକଟରୁ ଦେଖି ନାହାଁନ୍ତି । ତାଙ୍କ ମା ଏହି ବିଦେଶ ଯାତ୍ରା କରିବା ପରେ ସେ ତାଙ୍କ ପିଢୀର ପ୍ରଥମ ଏବଂ ଗାଁର ଦ୍ୱିତୀୟ ମହିଳା ହୋଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘କେବଳ ଗୋଟିଏ କଥା ମତେ କଷ୍ଟ ଦେଉଛି- ଯଦି ମୋ ବାପା ଏହି ଦୁନିଆରେ ଜୀବିତ ରହିଥାନ୍ତେ, ତେବେ ଏହି ଖୁସି ଅନୁଭବ କରିପାରିଥାନ୍ତେ’ ।  ଏଥିସହିତ ସେ କହିଛନ୍ତି ଯେ ମୁଁ ବାସ୍ତବରେ ସେହି ଲୋକଙ୍କୁ ଅନୁରୋଧ କରିବାକୁ ଚାହୁଁଛି, ସେମାନେ ତାଙ୍କ ପିତାମାତାଙ୍କୁ ଦୁନିଆର ଅନ୍ୟ ପାର୍ଶ୍ବକୁ ଦେଖାଇବାକୁ ଚେଷ୍ଠା କରିବା ଉଚିତ୍ । କାରଣ ଏହି ବୁଲିବାରେ ତାଙ୍କୁ ଯେଉଁ ଖୁସି ମିଳିଥାଏ ତାହାର କେହି ବି କଳ୍ପନା ବି କେହି କରିପାରିବେନି ।

ତେବେ ଲିଙ୍କଡଇନରେ ଏହି ପୋଷ୍ଟ ଭାଇରାଲ୍ ହେବା ପରେ ଅନେକ ଲାଇକ ଏବଂ କମେଣ୍ଟର ସୁଅ ଛୁଟୁଛି । ଜଣେ ୟୁଜର୍ସ କହିଛନ୍ତି ଯେ ମହାନ,ଏହା ବାସ୍ତବରେ ଜବରଦସ୍ତ ଅଟେ । ସେହିପରି ଆଉ ଜଣେ କହିଛନ୍ତି ଯେ ମୋର ପ୍ରିୟ ଭାଇ, ତୁମେ କିଏ ମୁଁ ଜାଣିନାହିଁ ? କିନ୍ତୁ ମୁଁ ତୁମକୁ ହୃଦୟରୁ ଭଲ ପାଏ। ତୁମ ମାଙ୍କ ପ୍ରତି ସମ୍ମାନ ପାଇଁ ବହୁତ ବହୁତ ଅଭିନନ୍ଦନ ଏବଂ ଶୁଭେଚ୍ଛା ! । ସେହିପରି ଆଉ ଜଣେ ଲେଖିଛନ୍ତି, "ଏହା ବହୁତ ଭଲ। ଜଣେ ପୁଅ ନିଜ ମା ପାଇଁ ସବୁଠାରୁ ଭଲ କରିପାରନ୍ତି । ଭଗବାନ ଆପଣଙ୍କୁ ଆଶୀର୍ବାଦ କରନ୍ତୁ !"

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.