କୁଆଖାଇ ନଦୀରୁ ଗଳିତ ମୃତଦେହ ଉଦ୍ଧାର, ସୋମବାର ଦିନ ନଦୀକୁ ଡେଇଁପଡିଥିଲେ

Published By : Prameya-News7 Bureau | September 30, 2020 IST

ବାଲିପାଟଣା ୩୦।୯: ପୁଣି କୁଆଖାଇ ନଦୀରୁ ଗଳିତ ମୃତଦେହ ଉଦ୍ଧାର ହୋଇଛି । ସହିଦନଗର ଥାନା ଟଙ୍କପାଣି ବ୍ରିଜ ନିକଟ କୁଆଖାଇ ନଦୀରୁ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ ବ୍ୟକ୍ତି ହେଉଛନ୍ତି ପୁରୀ ଜିଲ୍ଲା ନୂଆହାଟ ଅଂଚଳର ରଜନୀକାନ୍ତ ମହାପାତ୍ର । ସେ ଭୁବନେଶ୍ୱର ଆଇଗିଣିଆ ଅଂଚଳରେ ସପରିବାର ଭଡାରେ ରହୁଥିଲେ ।

ପରିବାର ଲୋକଙ୍କ କହିବା ଅନୁଯାୟୀ ସୋମବାର ଦିନ ମଂଚେଶ୍ୱରଠାରେ କୁଆଖାଇ ନଦୀକୁ ଡେଇଁପଡିଥିଲେ ରଜନୀକାନ୍ତ । ପରିବାର ପକ୍ଷରୁ ଏ ନେଇ ଥାନାରେ ଏତଲା ଦିଆଯାଇଥିଲା । କେଉଁ କାରଣରୁ ସେ ନଦୀକୁ ଡେଇଁପଡିଥିଲେ ତାହା ଜଣାପଡିନାହିଁ । ପୋଲିସ ବାଲିଅନ୍ତା ଅଗ୍ନିଶମବାହିନୀ କର୍ମଚାରୀଙ୍କ ସହାୟତାରେ ମୃତଦେହ ଉଦ୍ଧାର କରିଛି । ସହିଦନଗର ଥାନା ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.