ଯୁବକଙ୍କୁ ମହଙ୍ଗା ପଡ଼ିଲା ପରକୀୟାପ୍ରିତୀ, ପ୍ରେମିକକୁ ଅନ୍ଧ କରିଦେଲେ ପ୍ରେମିକା

Published By : Prameya-News7 Bureau | November 30, 2023 IST

ଓ୍ୱାଶିଂଟନ ୩୦/୧୧: ମହଙ୍ଗା ପଡିଲା ପରକୀୟା ପ୍ରିତୀ । ପ୍ରେମିକର ଆଖି ଫୁଟାଇଦେଲା ପ୍ରଥମ ପ୍ରେମିକା । ଘଟଣା ଘଟିଛି ଆମେରିକାର ଫ୍ଲୋରିଡାରେ । ଏଠାରେ ୪୪ ବର୍ଷୀୟା ଜଣେ ମହିଳା ପ୍ରେମିକର ଆଖିରେ ଫୁଟାଇଦେଇଛି ଇଞ୍ଜେକ୍ସନ । ତା ପୁଣି ଜଣେ ମହିଳାଙ୍କୁ ଅନାଇବାରୁ । ଅର୍ଥାତ୍ ପ୍ରେମିକ ଜଣଙ୍କ ଅନ୍ୟ ମହିଳାଙ୍କୁ ଅନାଇବାରୁ ।

ଏମିତିକି କୁକୁରକୁ ଦିଆଯାଉଥିବା ରାବିସ୍ ଇଞ୍ଜେକ୍ସନ ନେଇ ପ୍ରେମିକର ଆଖି ଫୁଟାଇଥିଦେଇଥିଲେ । ସେହି ବ୍ୟକ୍ତିଙ୍କ ଗର୍ଲଫ୍ରେଣ୍ଡ ତାଙ୍କ ଉପରେ ଏତେ ବିରକ୍ତ ହୋଇଥିଲେ ଯେ, ସେ ତାଙ୍କ ବ୍ୟତୀତ ଅନ୍ୟ ଝିଅଙ୍କୁ ଅନାଉଥିଲେ । ଗତ ଶନିବାର ନଭେମ୍ୱର ୨୬ର ଘଟଣା, ସେଦିନ ପ୍ରେମିକ ଓ ତାଙ୍କ ପ୍ରେମିକାଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ସେଥିରେ ଝିଅଟି ପ୍ରେମିକ ଉପରେ ଆକ୍ରମଣ କରିଥିଲା ।

ପ୍ରେମିକ ଉପରେ ଆକ୍ରମଣ ଅଭିଯୋଗରେ ସାନ୍ଦ୍ରା ଜିମେନେଜ ନାମକ ଜଣେ ମହିଳାଙ୍କୁ ଗିରଫ କରିଛି ଫ୍ଲୋରିଡା ପୋଲିସ । ଅଭିଯୋଗ ଅନୁଯାୟୀ ପ୍ରେମିକଙ୍କ ଗୋଟିଏ ଆଖିରେ କଣା ହୋଇଯାଇଛି । ତାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନା ନିଆଯାଇଛି । ଶନିବାର ଦିନ ମିଆମି-ଡେଡ କାଉଣ୍ଟିରେ ଥିବା ଏକ ଘରେ ଏହି ଘଟଣା ଘଟିଛି । କହିବାକୁ ଗଲେ ଆଠ ବର୍ଷ ଧରି ଉଭୟ ଉଭୟଙ୍କୁ ଡେଟ୍ କରୁଥିଲେ ।

ଗର୍ଲଫ୍ରେଣ୍ଡ କରିଥିଲା ଆକ୍ରମଣ:
ପୋଲିସକୁ ଦେଇଥିବା ବିବୃତ୍ତିରେ ପୀଡିତ ପ୍ରେମିକ କହିଛନ୍ତି ଯେ ଜିମେନେଜ ତାଙ୍କୁ ଦୁଇଥର ଇଞ୍ଜେକ୍ସନ ଦ୍ୱାରା ଆଖିକୁ ଆକ୍ରମଣ କରିଥିଲେ । ପରେ ସେ ସୋଫା ଉପରେ ପଡ଼ିଯାଇଥିଲେ । ତେବେ ଏହି ଆକ୍ରମଣ ପରେ ତାଙ୍କ ଡାହାଣ ଆଖିରେ ବଡ ଗାତ ସୃଷ୍ଟି ହୋଇଥିଲା । ଏହା ପରେ ସେ ସେଠାରୁ ଫେରାର ହୋଇଯାଇଥିଲେ । ପରେ ପ୍ରେମିକ ଜଣଙ୍କ ଉପାୟ ନପାଇ ୯୧୧ ଡାଏଲ୍ କରିଥିଲେ । କିଛି ସମୟ ପରେ ପୋଲିସ ତାଙ୍କୁ ଘର ବାହାରେ ଏକ

କାରରେ ଶୋଇଥିବାର ନଜର ଆସିଥିଲେ:
ସେପଟେ ଧରାପଡିବା ପରେ ଜିମେନେଜ ତାଙ୍କ ଅପରାଧକୁ ସ୍ୱୀକାର କରିନାହାଁନ୍ତି । ବରଂ ଓଲଟା କହିଛନ୍ତି ଯେ, ତାଙ୍କ ପ୍ରେମିକଙ୍କ ଆଘାତ ଆତ୍ମଘାତୀ । ପୋଲିସର ରିପୋର୍ଟ ଅନୁଯାୟୀ ଅଭିଯୁକ୍ତ ମହିଳାଙ୍କୁ ମିଆଁମାର ଟର୍ନର ଗିଲଫୋର୍ଡ ନାଇଟ୍ ସଂଶୋଧନ କେନ୍ଦ୍ରରେ ରଖାଯାଇଛି । ତାଙ୍କ ଉପରେ ୭.୫୦୦ ଡଲାର ଜୋରିମାନା ମଧ୍ୟ ଲଗାଯାଇଛି।

wp:embed {"url":"https://www.prameyanews7.com/us-charges-indian-man-nikhil-gupta-in-alleged-sikh-separatist-gurpatwant-singh/","type":"wp-embed","providerNameSlug":"prameya-news-7"}
https://www.prameyanews7.com/us-charges-indian-man-nikhil-gupta-in-alleged-sikh-separatist-gurpatwant-singh/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.