ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ, ୨୦ ହଜାର ଟଙ୍କା ଜରିମାନା

Published By : Prameya-News7 Bureau | April 25, 2023 IST

କଣ୍ଟାବାଞ୍ଜି ୨୫।୪: ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ । କାରାଦଣ୍ଡ ଶୁଣାଇଲେ କଣ୍ଟାବାଞ୍ଜି ଅତିରିକ୍ତ ଜିଲ୍ଲା ଦୌରାଜଜ ହିମାଂଶୁ ଶେଖର ମଲ୍ଲିକ ।

{"id":777513,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, ୨୦୨୧ ମସିହାରେ କଣ୍ଟାବାଞ୍ଜି ଥାନା ହିଆଲ ମାଲପାମୁଣ୍ଡା ଗାଁ ରାସ୍ତାରେ ହିଆଲ ଗାଁର ବନଗୁଲା ଗଏତା ସେହି ଗାଁର କ୍ଷେତ୍ରି ସଗରିଆକୁ ହତ୍ୟା କରିଥିଲା । ତେବେ ମୃତ କ୍ଷେତ୍ରି ସଗରିଆଙ୍କ ଝିଅ ନିଳାନ୍ଦ୍ରୀ ସଗରିଆଙ୍କ ଅଭିଯୋଗ ଅନୁସାରେ ପୋଲିସ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିବା ପରେ ବିଚାର ବିଭାଗୀୟ ଜେଲ ହାଜତରେ ଥିଲା । ତେବେ ମଙ୍ଗଳବାର ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି କୋର୍ଟ ବନଗୁଲା ଗଏତାକୁ ୩୦୨ ଦଫାରେ ଆଜୀବନ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା ଓ ୨୦୧ରେ ୭ ବର୍ଷ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି । ଜରିମାନା ଆନାଦେୟ ଆହୁରି ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.