୮ ମାସ ତଳେ ଅପହୃତ ହୋଇଥିବା ବ୍ୟକ୍ତି ହାତଗୋଡ ବନ୍ଧା ଅବସ୍ଥାରେ ଉଦ୍ଧାର

Published By : Prameya-News7 Bureau | January 25, 2019 IST

ଚାନ୍ଦବାଲି ୨୫|୧:  ୮ ମାସ ତଳେ ଅପହୃତ ହୋଇଥିବା ବ୍ୟକ୍ତି ହାତଗୋଡ ବନ୍ଧା ଅବସ୍ଥାରେ ଉଦ୍ଧାର ହୋଇଛି । ଚାନ୍ଦବାଲି ଓରାସାହି ପଞ୍ଚାୟତ ଯୋଗିପୋଖରୀ ଗାଁର ସୁବାଷ ସାମଲଙ୍କୁ ଗାଁ ମୁଣ୍ଡ ଛକରୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ । ତାଙ୍କୁ ଗୁରୁତର ଅବସ୍ଥାରେ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୁବାସ ଏବେ କିଛି କଥା କହୁନଥିବାରୁ ପୋଲିସ କିଛି ତଥ୍ୟ ଆଦାୟ କରିପାରିନି । ସୁବାସଙ୍କୁ କିଏ ଓ କାହିଁକି ଅପହରଣ କରିଥିଲେ । ଏତେ ଦିନ ପରେ କାହିଁକି ଗାଁ ମୁଣ୍ଡରେ ଫୋପାଡି ଦେଇ ଚାଲିଯାଇଛି ତାର ତଦନ୍ତ କରୁଛି ପୋଲିସ । ସଂପତ୍ତି ବିବାଦକୁ ନେଇ ତାଙ୍କୁ  ଅପହରଣ କରାଯାଇଥିବା ନେଇ ସୁବାସଙ୍କ ସ୍ତ୍ରୀ ବନିତା ଥାନାରେ ଅଭିଯୋଗ କରିଥିଲେ । ବନିତାଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତମାନେ ବ୍ୟବହାର କରିଥିବା ଗାଡିକୁ ସିଜ୍ କରିବା ସହ ଅଧିକ ଛାନଭିନ ଚଳାଇଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.