ବଲାଙ୍ଗୀର: ନିଶାସକ୍ତ ଅବସ୍ଥାରେ ଜୀଅନ୍ତା ନାଗକୁ ଚୋବାଇ ଖାଇ ଗୁରୁତର ହେଲେ ମେଡିକାଲରେ ଭର୍ତ୍ତି ହେଲେ ବ୍ୟକ୍ତି। ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ଗ୍ରାମରେ। ଗ୍ରାମର ଜଣେ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ଜୀଅନ୍ତା ନାଗ ସାପ ଖାଇଦେଇଥିଲେ। ତେବେ ଏହାପରେ ତାଙ୍କ ସ୍ବାସ୍ଥ୍ୟାବସ୍ତା ଗୁରୁତର ହୋଇପଡ଼ିଥିଲା। ତାଙ୍କୁ ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି।
ମେଡିକାଲରେ ଚିକିତ୍ସା ପରେ ତାଙ୍କୁ ଗୋଟିଏ ଦିନ ପାଇଁ ମେଡିକାଲରେ ରଖାଯାଇଛି। ତେବେ ନାଗ ସାପଟି ଏବେବି ଜୀବନ୍ତ ଥିବା ଜଣାପଡ଼ିଥିବାବେଳେ, ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବା ସୂଚନା ମିଳିଛି।