ମଲ୍ଲିକାର୍ଜୁନ ଖଡଗେ I.N.D.I.Aର ପିଏମ୍ ପ୍ରାର୍ଥୀ ? ବୈଠକରେ ମମତା ବାନାର୍ଜୀ ରଖିଲେ ପ୍ରସ୍ତାବ

Published By : Prameya-News7 Bureau | December 19, 2023 IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ରେ ବିଜେପିକୁ ଟକ୍କର ହେବା ପାଇଁଁ I.N.D.I.A ନେତାଙ୍କ ଚତୁର୍ଥ ବୈଠକ ମଙ୍ଗଳବାର ଦିଲ୍ଲୀରେ ହୋଇଛି । ଏହି ବୈଠକରେ ମେଣ୍ଟ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଚେହେରା ପାଇଁ କଂଗ୍ରେସର ବର୍ତ୍ତମାନ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଆଗକୁ କରାଯାଇଛି । ଟିଏମସି ମୁଖିଆ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପିଏମ୍ ଚେହେରାଙ୍କ ପାଇଁ ଖଡଗେଙ୍କ ନାଁର ପ୍ରସ୍ତାବ ଦେଇଛନ୍ତି । ଆମ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ମମତାଙ୍କ ପ୍ରସ୍ତାବର ସମର୍ଥନ କରିଛନ୍ତି । ମେଣ୍ଟର ସଂଯୋଜକ ପାଇଁ ମଧ୍ୟ ମଲ୍ଲିକାର୍ଜୁନ ଖଡଗେଙ୍କ ନାଁର ପ୍ରସ୍ତାବ ଦିଆଯାଇଛି ।

ମିଳିତ ବିରୋଧୀ ମେଣ୍ଟର ବୈଠକରେ ସାଂସଦଙ୍କ ନିଲମ୍ୱନ ପ୍ରସଙ୍ଗ ମଧ୍ୟ ଉଠିଥିଲା । ଏହି ପ୍ରସଙ୍ଗରେ ବିରୋଧୀ ଏକ ହୋଇ ମୁକାବିଲା କରିବା ନେଇ ପ୍ରସ୍ତାବ ଦିଆଯାଇଛି । ମୋଟ ୧୪୧ ସାଂସଦଙ୍କ ନିଲମ୍ୱନ ପରେ ଲୋକସଭାରେ ବିରୋଧୀଙ୍କ ୧୦୨ ଓ ରାଜ୍ୟସଭାରେ ବିରୋଧୀଙ୍କ ୯୪ ସାଂସଦ ଅଛନ୍ତି ।

ପଢନ୍ତୁ: ଲୋକସଭା ନିର୍ବାଚନ ପାଇଁ କଂଗ୍ରେସର ନ୍ୟାସନାଲ ଆଲାଏନ୍ସ କମିଟି ଗଠନ, ସିଟ୍‌ ସେୟାରିଂକୁ ନେଇ ‘ଇଣ୍ଡିଆ ମେଣ୍ଟ’ ସହ କରିବ ଆଲୋଚନା

ଦିଲ୍ଲୀର ଅଶୋକା ହୋଟେଲରେ ହୋଇଥିବା ଏହି ବୈଠକରେ କଂଗ୍ରେସ ନେତା ସୋନିଆ ଗାନ୍ଧୀ, ସାଂସଦ ରାହୁଲ ଗାନ୍ଧୀ ପାର୍ଟିର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଯୋଗ ଦେଇଥିଲେ । ଏହି ବୈଠକରେ ସମାଜବାଦୀ ନେତା ଅଖିଳେଶ ଯାଦବ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଲାଲୁ ଯାଦବ, ଫାରୁକ ଅବଦୁଲା, ଉମର ଅବଦୁଲା, ମେହବୁବା ମୁଫତୀ ଓ ଆରଏଲଡିରୁ ଜୟନ୍ତ ଚୌଧୁରୀ ଉପସ୍ଥିତ ରହିଥିଲେ ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.