ସୌରଭ ଗାଙ୍ଗୁଲିଙ୍କ ପ୍ରତି ଅନ୍ୟାୟ ହୋଇଛି, ତାଙ୍କୁ ICC ପଠାଯାଉ ବୋଲି କହିଲେ ପଶ୍ଚିମ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

Published By : Prameya-News7 Bureau | October 17, 2022 IST

କୋଲକାତା: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ସମର୍ଥନରେ ବାହାରିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଗାଙ୍ଗୁଲିଙ୍କୁ ବିସିସିଆଇରୁ ଆଇସିସି ପଠାଇବାକୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଛନ୍ତି।

ଏନେଇ ସେ କହିଛନ୍ତି “ମୁଁ ବୁଝିପାରୁନି ଯେ କେଉଁ କାରଣରୁ ଅମିତ ଶାହଙ୍କ ପୁଅ ତାଙ୍କର ଚାକିରିରେ ରହିଲେ ହେଲେ ସୌରଭଙ୍କୁ କାହିଁକି ବାଦ ଦିଆଗଲା ମୁଁ ଏହା ଜାଣିବାକୁ ଚାହୁଁଛି।” ସୌରଭ ଗାଙ୍ଗୁଲିଙ୍କୁ ଆଇସିସି ପଠାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ମମତା।

୨୦୧୯ ନଭେମ୍ବର ୧୯ ତାରିଖରେ ସୌରଭ ଗାଙ୍ଗୁଲି ବିସିସିଆଇ ସଭାପତି ଭାବେ ନିଯୁକ୍ତ ହୋଇଥିଲେ। ହେଲେ ଏବେ ଗାଙ୍ଗୁଲି ବିସିସିଆଇ ପଦ ଛାଡ଼ିଥିବା ବେଳେ ମମତା ଏହାକୁ ନେଇ ବିଜେପିକୁ ଟାର୍ଗେଟ୍ କରିଛନ୍ତି।

wp:html /wp:html

ମମତା ଗାଙ୍ଗୁଲିଙ୍କ ସମର୍ଥନରେ ବାହାରି କହିଛନ୍ତି “ସୌରଭଙ୍କୁ ୩ ବର୍ଷର ଟର୍ମ ଦିଆଯାଇଥିଲା। ଅମିତ ଶାହଙ୍କୁ ପୁଅଙ୍କୁ ମଧ୍ୟ ୩ ବର୍ଷର ଟର୍ମର ଦିଆଯାଇଥିଲା। କିନ୍ତୁ ମୁଁ ଜାଣିପାରୁନି ଯେ ଅମିତ ବାବୁଙ୍କ ପୁଅ ରହିଗଲେ ହେଲେ ସୌରଭଙ୍କୁ କାହିଁକି ବାଦ ଦିଆଗଲା। ତାହା ଆମେ ଜାଣିବାକୁ ଚାହୁଁଛୁ। ମୁଁ ଭାବୁଛି ଯେ ତାଙ୍କୁ ଯେମିତି ଅନ୍ୟାୟ ଭାବେ ବାହାର କରାଯାଇଛି ତାର ଏକମାତ୍ର କ୍ଷତିପୂରଣ ହେଲା ସୌରଭ ଗାଙ୍ଗୁଲିଙ୍କୁ ଆଇସିସି ପଠାଯାଉଛି। ”

ଏହା ପୂର୍ବରୁ ଜଗମୋହନ ଡାଲମିଆ, ଶରଦ ପାୱାର ଯେମିତି ଆଇସିସି ଯାଇଥିଲେ ସେମିତି ସୌରଭଙ୍କୁ ପଠାଯାଉ ବୋଲି ମମତା ଦାବି କରିଛନ୍ତି। ସୂଚନା ଥାଉକି ଗାଙ୍ଗୁଲିଙ୍କ ସ୍ଥାନରେ ବିଶ୍ୱ କପ୍‌ ବିଜୟୀ ରୋଜର ବିନ୍ନୀଙ୍କୁ ବିସିସିଆଇ ଅଧ୍ୟକ୍ଷ ନିଯୁକ୍ତି ଦେବା ନେଇ ଚର୍ଚ୍ଚା ହେଉଛି। ଅକ୍ଟୋବର ୧୮ ତାରିଖରେ ବିସିସିଆଇ ବୋର୍ଡର ବାର୍ଷିକ ସମ୍ମିଳନୀର ଆୟୋଜିତ ହେବାକୁ ଥିବା ବିନ୍ନି ନିର୍ଦ୍ୱନ୍ଦ୍ୱରେ ବିସିସିଆଇ ଅଧ୍ୟକ୍ଷ ନିର୍ବାଚିତ ହେବେ ବୋଲି କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.