ଦିଲ୍ଲୀ ଏମ୍ସ ଇ-ସର୍ଭିସ୍ ଉପରେ ପୁଣି ମାଲୱେର ଆଟାକ୍
6/06/2023 at 9:58 PM

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସ ଅନ୍ଲାଇନ୍ ସର୍ଭିସ୍ ଉପରେ ପୁଣି ମାଲୱାର ଆଟାକ୍ କରିବାକୁ ଚେଷ୍ଟା ହୋଇଛି। ହେଲେ ଏମ୍ସ ସାଇବର ସୁରକ୍ଷା ଟିମ୍ ଏହି ଆଟାକ୍ ଅକାମୀ କରିଦେଇଛି। ସୁରକ୍ଷିତ ଭାବେ ସେବା ଜାରି ରହିଛି ବୋଲି ଏମ୍ସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ ୨.୫୦ ମିନିଟ୍ ସମୟରେ ଦିଲ୍ଲୀ ସାଇବର ସୁରକ୍ଷା ସିଷ୍ଟମ ଦ୍ୱାରା ମାଲୱାର ଆକ୍ରମଣର ସୂଚନା ମିଳିଥିଲା। ଏନେଇ ଦିଲ୍ଲୀ ଏମ୍ସ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଥିଲା। ଯେଉଁଥିରେ କୁହାଯାଇଥିଲା “ଏମ୍ସର ସାଇବର ସୁରକ୍ଷା ସିଷ୍ଟମ ଦ୍ୱାରା ୧୪.୫୦ ସମୟରେ ମାଲୱାର ଆଟାକ ଚିହ୍ନଟ କରାଯାଇଥିଲା ଆକ୍ରମଣକୁ ସଫଳତା ପୂର୍ବକ ଅକାମୀ କରିଦିଆଯାଇଛି। ସାଇବର ସୁରକ୍ଷା ସିଷ୍ଟମ ଦ୍ୱାରା ମାଲୱାର ଆଟାକ୍କୁ ନିରସ୍ତ୍ର କରାଯାଇଛି। ଇ-ହସ୍ପିଟାଲ୍ ସର୍ଭିସ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି ଓ ପୂର୍ବପରି କାମ କରୁଛି।”
ପଢ଼ନ୍ତୁ –ଏମ୍ସର ୫ ସର୍ଭର ଉପରେ ହୋଇଛି ସାଇବର ଆଟାକ: ଚୀନ ସାଇବର ଅପରାଧିଙ୍କ ଲିଙ୍କ୍ ନେଇ ସନ୍ଦେହ
ନଭେମ୍ବର ମାସରେ ମଧ୍ୟ ଏହିଭଳି ଏକ ଆକ୍ରମଣ ହୋଇଥିଲା। ଫଳରେ ଦୁଇ ସପ୍ତାହ ପାଇଁ ହସ୍ପିଟାଲ୍ରେ ପଞ୍ଜୀକରଣ, ଆଡ୍ମିଶନ ଏବଂ ଡିସ୍ଚାର୍ଜ ସେବାରେ ସମସ୍ୟା ହୋଇଥିଲା। ୨୩ ନଭେମ୍ବର ୨୦୨୨ରେ ଅନ୍ଲାଇନ୍ ସେବା ପ୍ରଭାବିତ ହୋଇଥିବା ଏମ୍ସ ସୂଚନା ଦେଇଥିଲା।