ବି-ଟାଉନର ଗୁମର ଖୋଲିଲେ ମଲ୍ଲିକା: କହିଲେ ଯଦି ରାତି ୩ଟାରେ ଆସେ ଫୋନ କଲ୍...

Published By : Prameya-News7 Bureau | August 02, 2022 IST

ମୁମ୍ୱାଇ ୦୨/୦୮: ବୋଲ୍ଡ ଏବଂ ସୁନ୍ଦର ମଲ୍ଲିକା ଶେରାଓ୍ୱତ୍ ବଲିଉଡରେ ପ୍ରତ୍ୟେକ ଅନ୍ଦାଜ ପାଇଁ ଫେମସ । ମଲାଇକା ଶେରାୱତ, ଯିଏ ଚଳଚ୍ଚିତ୍ରରେ ଅନ୍ତରଙ୍ଗ ଦୃଶ୍ୟ ଦେଇ ବାସ୍ତବ ଜୀବନରେ ଦବଙ୍ଗ ଆଟିଚ୍ୟୁଟ ରଖିବାକୁ ପସନ୍ଦ କରନ୍ତି । ଗତ କିଛି ଦିନ ହେବ ମଲ୍ଲିକା ତାଙ୍କ ବ୍ୟକ୍ତିଗତ ମନ୍ତବ୍ୟକୁ ନେଇ ଆଲୋଚନାରେ ରହିଆସୁଛନ୍ତି ।

ଏହି ଅଭିନେତ୍ରୀ କ୍ରମାଗତ ଭାବରେ ବଲିଉଡର ଇଣ୍ଡଷ୍ଟ୍ରୀର କଳା ଗୁମର ଖୋଲିବାରେ ଲାଗିଛନ୍ତି । ଏବେ ପୁଣିଥରେ ସେ ଏମିତି କିଛି ଷ୍ଟେଟମେଣ୍ଟ ଦେଇଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ମଲ୍ଲିକା ଶେରାୱତ ବର୍ତ୍ତମାନ ପୁଣିଥରେ ନୂତନ ସାକ୍ଷାତକାର ଦେଇ ଇଣ୍ଡଷ୍ଟ୍ରିର ଖୋଲା ସତ୍ୟ ବିଷୟରେ ଅବଗତ କରାଇଛନ୍ତି ।

ଏକ ସାକ୍ଷାତକାରରେ ମଲ୍ଲିକା ଇଣ୍ଡଷ୍ଟ୍ରିରେ ଘଟୁଥିବା କାଷ୍ଟିଂ କାଉଚ୍ ବିଷୟରେ କହିଥିଲେ । ଏବେ କହିଛନ୍ତି ଯେ ଯେତେବେଳେ ସେ ଆପୋଷ ବୁଝାମଣା କରିବାକୁ ମନା କରିଥଲେ । ସେତେବେଳେ ତାଙ୍କ ହାତରୁ ଅନେକ ପ୍ରୋଜେକ୍ଟ ଚାଲିଯାଇଥିଲା । କାରଣ ସେ କମ୍ପ୍ରମାଇଜ କରିନଥିଲେ । ସେଥିପାଇଁ ସେ ବହୁତ ବଡ କ୍ଷତି ସହିଥିଲେ । ସେ କହିଥିଲେ ସବୁ ଏ ଷ୍ଟାର ଅଭିନେତା ତାଙ୍କ ସହ କାମ କରିବାକୁ ମନା କରିଦେଇଥିଲେ ।

କାରଣ ସେମାନଙ୍କୁ ସେହି ଅଭିନେତ୍ରୀ ପସନ୍ଦ ଥିଲେ ଯେଉଁମାନେ ତାଙ୍କ ଇସାରାରେ ନାଚୁଥିଲେ । କିନ୍ତୁ ମୁଁ ସେମିତି ନୁହେଁ କି ମୋ ପର୍ସନାଲିଟି ବି ସେମିତି ନୁହେଁ । ମଲ୍ଲିକା ଆହୁରି କହିଛନ୍ତି- ମୁଁ କାହାର ଇଚ୍ଛା ଅନୁଯାୟୀ ନିଜକୁ ଚଳାଇ ପାରିବି ନାହିଁ ।

ଯଦି ଜଣେ ହିରୋ ଆପଣଙ୍କୁ ରାତି ୩ ଟାରେ ଡାକନ୍ତି ଏବଂ କୁହନ୍ତି - ମୋ ଘରକୁ ଆସନ୍ତୁ, ତେବେ ଆପଣଙ୍କୁ ଯିବାକୁ ପଡିବ । କାରଣ କ୍ୟାରିୟର ବଢାଇବାକୁ ତାଙ୍କ ସହ କମ୍ପ୍ରାମାଇଜ ପଡେ । ଯେହେତୁ ମୁଁ କରିପାରିନଥିଲି, ସେଥିପାଇଁ ମୋ କ୍ୟାରିୟର ଆଗକୁ ବଢିପାରିନଥିଲେ । ..

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.