LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଏହି ଖାସ୍ ସ୍ଥାନରେ ନିର୍ବନ୍ଧ କରିବେ ମଲାଇକା ଅରୋରା ଓ ଅର୍ଜୁନ କପୁର, ଖୁବଶୀଘ୍ର କରିବେ ବିବାହ !

21/02/2023 at 12:44 PM

ମୁମ୍ବାଇ ୨୧।୦୨: କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ପରେ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି ଆଉ ଏକ ଯୋଡି । ଖବର ଅନୁଯାୟୀ ଏହି ଯୋଡି ଖୁବଶୀଘ୍ର ଏଫେଲ୍ ଟାଓ୍ବାର ନିକଟରେ ନିର୍ବନ୍ଧ କରିବାକୁ ଯାଉଛନ୍ତି  । କେବଳ ଏତିକି ନୁହେଁ, ଏହାପରେ ନେବେ ସାତଫେରା । ଆମେ ଯେଉଁ କପଲଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ବରଂ ବଲିଉଡର ଚର୍ଚ୍ଚିତ ପ୍ରେମୀ ଯୋଡି ଅର୍ଜୁନ କପୁର ଏବଂ ମଲାଇକା ଆରୋରା  ।  ତେବେ ଏହି ଖବର ଉପରେ ନଜର ପଡିଛି ଏକ ଟୁଇଟରୁ । ଏହି ଟୁଇଟ୍ ମାଧ୍ୟମରେ ନୂଆ ଜୀବନ ପାଇଁ ଅଭିନନ୍ଦନ ଜଣାଇଛନ୍ତି ଟ୍ରେଡ୍ ଏକ୍ସପର୍ଟ ଉମେର ସାନ୍ଧୁ ।  ଯାହା ପରେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ଉତ୍ତେଜନା  ।

ଉମେର ସାନ୍ଧୁ ସୋସିଆଲ ମିଡିଆରେ ଦମ୍ପତିଙ୍କୁ ନେଇ ଏକ ଟୁଇଟ୍ କରିଛନ୍ତି । ଏହି ଟ୍ୱିଟରେ ଲେଖିଛନ୍ତି – ବ୍ରେକିଙ୍ଗ୍ ନ୍ୟୁଜ୍ … ଆସନ୍ତା ସପ୍ତାହରେ ପ୍ୟାରିସରେ ନିର୍ବନ୍ଧ କରିବାକୁ ଯାଉଛନ୍ତି ମଲାଇକା ଆରୋରା ଏବଂ ଅର୍ଜୁନ କପୁର । ଉମେର ଏହି ପୋଷ୍ଟ ସହିତ ମଲାଇକା ଏବଂ ଅର୍ଜୁନଙ୍କ ଏକ ରୋମାଣ୍ଟିକ ଫଟୋ ମଧ୍ୟ ସେୟାର କରିଛନ୍ତି । ଏହି ଟୁଇଟ୍ ପରେ ଫ୍ୟାନ୍ସ ବେଶ୍ ଉତ୍ସାହିତ ହୋଇଯାଇଛନ୍ତି  ଏବଂ ଲଗାତର ଦମ୍ପତିଙ୍କୁ ଜଣାଉଛନ୍ତି ଅଭିନନ୍ଦନ ।  

ଏହାରି ମଧ୍ୟରେ ମଲାଇକା ଆରୋରା ଅର୍ଜୁନ କପୁରଙ୍କ ସହ ୨ଟି ଫଟୋ ପୋଷ୍ଟ କରିଛନ୍ତି । ଏହି ଫଟୋଗୁଡ଼ିକରେ ମଲାଇକା ଆରୋରା ଏବଂ ଅର୍ଜୁନ କପୁର ହସୁଥିବାର ନଜର ଆସିଛନ୍ତି । ତେବେ ମଲାଇକା ଆରୋରାଙ୍କ କଥା କହିବାକୁ ଗଲେ ସେ ଅରବାଜଙ୍କୁ ପୂର୍ବତନ ପତ୍ନୀ । ଅରବାଜଙ୍କ ସହ ଛାଡପତ୍ର ପରେ ମଲାଇକା ଅର୍ଜୁନ କପୁରଙ୍କୁ ଡେଟ କରୁଛନ୍ତି।

   Related Posts